Advertisement

ଜାମିନ ଆବେଦନ କଲେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ,୧୫।୯: ସ୍କିଲ ଡେଭଲପମେଣ୍ଟ କର୍ପୋରେଶନ ସ୍କାମରେ ୧୪ ଦିନିଆ ନ୍ୟାୟିକ ହେପାଜତରେ ଥିବା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ମଧ୍ୟବର୍ତ୍ତୀକାଳୀନ ଏବଂ ନିୟମିତ ଦୁଇଟି ଜାମିନ ସ୍ଥାନୀୟ କୋର୍ଟରେ ଆବେଦନ କରିଛନ୍ତି। ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନରେ ନାଇଡୁ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଏବଂ ତାଙ୍କ ବିରୋଧରେ ରେକର୍ଡରେ କୌଣସି ପ୍ରମାଣ ନାହିଁ ବୋଲି ଦାବି କରିଛନ୍ତି।

ସେ କହିଛନ୍ତି, ମୁଁ ଦୁଇଟି ଆବେଦନ କରିଛି, ଗୋଟିଏ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଏବଂ ଅନ୍ୟଟି ନିୟମିତ ଜାମିନ। ନାଇଡୁଙ୍କ ଆଇନଗତ ଦଳର ସଦସ୍ୟ ଆଡଭୋକେଟ ଜି ସୁବା ରାଓ ଗଣମାଧ୍ୟମକୁ କହିଛନ୍ତି, ଶୁକ୍ରବାର ଏହି ମାମଲାର ଶୁଣାଣି ହୋଇପାରିବ ନାହିଁ। ରାଓ କହିଛନ୍ତି , କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ ଏ ପର୍ଯ୍ୟନ୍ତ ତାଙ୍କ ଜାମିନ ଆବେଦନ ଉପରେ ଜବାବ ଦାଖଲ କରି ନାହିଁ। ତେଣୁ ଶୁକ୍ରବାର ଶୁଣାଣି ହୋଇପାରିବ ନାହିଁ। ଓକିଲ କହିଛନ୍ତି ଯେ ଯଦିଓ ସିଆଇଡିକୁ ନୋଟିସ ଦିଆଯାଇଛି, ତଥାପି ଏହାର କୌଣସି ପ୍ରତିକ୍ରିୟା ଦେଇନାହିଁ। ଏସିବି କୋର୍ଟରେ ଗୁରୁବାର ଜାମିନ ଆବେଦନ କରାଯାଇଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share