Categories: ଜାତୀୟ

ପୋଲିସ ହେପାଜତରେ ଚନ୍ଦ୍ରାବାବୁ ନାଇଡୁ

ତିରୁପତି,୧।୩: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ପୋଲିସ ହେପାଜତରେ ରହିଛନ୍ତି। ସେ ସୋମବାର ଚିତ୍ତୋର ଜିଲାରେ ଏକ ନିର୍ବାଚନୀ ସଭାରେ ଯୋଗଦେବାକୁ ଯାଉଥିଲେ। ତାଙ୍କୁ ତିରୁପତି ବିମାନ ବନ୍ଦରରେ ସ୍ଥାନୀୟ ରେନିଗୁଣ୍ଟା ପୋଲିସ ପକ୍ଷରୁ ଅଟକ ରଖାଯାଇଥିଲା। ଏହାର ପ୍ରତିବାଦ କରି ଚନ୍ଦ୍ରାବାବୁ ବିମାନ ବନ୍ଦର ପରିସରରେ ଧାରଣାରେ ବସିଥିଲେ। ଚନ୍ଦ୍ରାବାବୁଙ୍କ ବିରୋଧରେ ହୋଇଥିବା କାର୍ଯ୍ୟ ନେଇ ତେଲୁଗୁ ଦେଶମ ପାର୍ଟି ପକ୍ଷରୁ ସ୍ଥାନୀୟ ପୋଲିସ ସମେତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି।

Share