Categories: ଜାତୀୟ

କାନ୍ଦି କାନ୍ଦି ବିଧାନସଭା ଛାଡିଥିଲେ, କହିଥିଲେ ମୁଖ୍ୟମନ୍ତ୍ରୀ ହେଲେ ଆସିବି

ନୂଆଦିଲ୍ଲୀ,୨୧।୬: ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ଲୋକ ସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଛି। ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟ ରାଜ୍ୟର ୧୭୫ ବିଧାନସଭା ଆସନ ମଧ୍ୟରୁ ୧୪୪ଟି ଜିତିଛି। ଏହି ୧୪୪ଟି ମଧ୍ୟରୁ ୧୩୫ଟି ଆସନ କେବଳ ଟିଡିପି ଖାତାକୁ ଯାଇଥିବାବେଳେ ୮ଟି ଆସନ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ୨୧ଟି ଜନସେନା ପାଖକୁ ଯାଇଛି। ଏହି ତିନୋଟି ଦଳ NDA ର ଅଂଶ। ରାଜ୍ୟର ଶାସକ ଦଳ YSR କଂଗ୍ରେସ ମାତ୍ର ୧୧ଟି ଆସନ ଜିତିଛି।

ଚନ୍ଦ୍ରବାବୁ ନାଇଡୁ ଜୁନ ୯ରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରଛନ୍ତି। ନଭେମ୍ବର ୧୯, ୨୦୨୧ରେ ସେ ବିଧାନସଭାରୁ କାନ୍ଦିକାନ୍ଦି ବାହାରକୁ ଆସିଥିଲେ। ଆଉ ସେହି ସମୟେ ଶପଥ ନେଇଥିଲେ କି, ଯେଉଁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନ ହୋଇଛନ୍ତି ସେ ଗୃହରେ ପାଦ ରଖିବେ ନାହିଁ। ଏହାପରେ ସେ ଆଉ କେବେ ବି ବିଧାନସଭାର ମାଟି ବି ମାଡି ନ ଥିଲେ।

ହେଲେ ପୁଣି ୩୧ ମାସ ପରେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ଫେରିଛନ୍ତି ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁ । ଯାହା କହିଥିଲେ ସେହି ଅବତାରରେ ବିଧାନସଭାକୁ ଫେରିଛନ୍ତି ନାଇଡୁ । ୨୦୨୧ ନଭେମ୍ବର ୨୧ ତାରିଖରେ ବିଧାନସଭାରୁ ରାଗିକି ଫେରି ଯାଇଥିଲେ। କେବଳ ମୁଖ୍ୟମନ୍ତ୍ରୀ ଭାବେ ସେ ବିଧାନସଭାକୁ ଫେରିବେ ବୋଲି କହିଥିଲେ । ଆଉ ସତକୁ ସତ ଏଥର ତାଙ୍କ ଦଳ, ବିପୁଳ ବିଜୟ ହାସଲ କରିଥିବା ବେଳେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ବିଧାନସଭାକୁ ଫେରିଛନ୍ତି ସେ ।

୨୦୨୧ ନଭେମ୍ବର ୧୯ ତାରିଖରେ ମହିଳା ସଶକ୍ତିକରଣ ଉପରେ ବିଧାନସଭାରେ ଆଲୋଚନା ଚାଲିଥିଲା । ଏହି ସମୟରେ YSR କଂଗ୍ରେସ ପାର୍ଟିର କିଛି ବିଧାୟକ ଚନ୍ଦ୍ରବାବୁ ନାଇଡୁଙ୍କ ସ୍ତ୍ରୀଙ୍କ ଉପରେ କିଛି ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏଭଳି ମନ୍ତବ୍ୟ ନ ଦେବାକୁ ଗୃହ ମଧ୍ୟରେ ହାତଯୋଡ଼ି କାନ୍ଦି କାନ୍ଦି ଅନୁରୋଧ କରିଥିଲେ ନାଇଡୁ । କିନ୍ତୁ YSR କଂଗ୍ରେସ ପାର୍ଟିର ବିଧାୟକମାନେ ତାହା ଶୁଣି ନ ଥିଲେ । ଯେଉଁଥିପାଇଁ କାନ୍ଦି କାନ୍ଦି ଗୃହ ଛାଡ଼ିଥିଲେ ସେ । ଆଉ ଯିବା ବେଳେ କହିଥିଲେ, ଯଦି କେବେ ବିଧାନସଭାକୁ ସେ ଫେରିବେ, କେବଳ ମୁଖ୍ୟମନ୍ତ୍ରୀ ଭାବେ ଫେରିବେ । ଆଉ ସତକୁ ସତ ସେୟା ହୋଇଛି । ୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭାରେ ଏଥର ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ୧୩୫ ଆସନ ହାସଲ କରିଥିବା ବେଳେ ସହଯୋଗୀ ଜନସେନାକୁ ୨୧ ଏବଂ ବିଜେପିକୁ ୮ଟି ଆସନ ମିଳିଛି । ଶୁକ୍ରବାର ନବ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଶପଥ ନେଇଛନ୍ତି ।

Share