Categories: ଜାତୀୟ

ରାହୁଲଙ୍କୁ ସମର୍ଥନ କରିଦେଲେ ଚନ୍ଦ୍ରବାବୁ ନାଇଡୁ, ଏକାକୀ ପଡିଗଲେ ମୋଦି, ଜାତୀୟ ରାଜନୀତିରେ ବଡ଼ ହଲଚଲ

ନୂଆଦିଲ୍ଲୀ,୧୦।୧୦: ହରିୟାଣାରେ ଭାଜପାକୁ ମିଳିଛି ହ୍ୟାଟ୍ରିକ ବିଜୟ। ଭାଜପା ଖାତାକୁ ଆଉ ଗୋଟିଏ ରାଜ୍ୟ ଯାଉଥିବାବେଳେ କଂଗ୍ରେସ ହାତରୁ ହରିୟାଣା ହାତଛଡା ହୋଇଛି। ଏନେଇ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟ୍‌କା ଲାଗିଛି। ବିଜୟର ଖୁସି ପାଳିବା ପାଇଁ ମଙ୍ଗଳବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ମୁଖ୍ୟାଳୟରେ ପହଞ୍ଚିଛନ୍ତି। ସେଠାରେ ସେ କଂଗ୍ରେସକୁ ସିଧା ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଜାତିଗତ ଜନଗଣନା ବିଷୟରେ ଆଲୋଚନା କରି ଦେଶ ବିଭାଜନ କରିବାକୁ କଂଗ୍ରେସ ଉଦ୍ୟମ କରୁଛି। ରାହୁଲ ଗାନ୍ଧୀ ଦେଶକୁ ନଷ୍ଟ କରୁଛି। ତେବେ ଏହି ବୟାନ ଦେବାର କିଛି ସମୟ ପରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ଏନଡିଏର ବଡ଼ ସହଯୋଗୀ ଚନ୍ଦ୍ରବାବୁ ନାଇଡୁ ମୋଦିଙ୍କୁ ବଡ଼ ଝଟ୍‌କା ଦେଇଛନ୍ତି। ମୋଦିଙ୍କ ଏହି ବୟାନକୁ ସେ ଖଣ୍ଡନ କରିବା ସହ ଜାତିଗତ ଜନଗଣନା କରିବାକୁ ଦାବି କରିଛନ୍ତି। ଏ ପ୍ରସଙ୍ଗରେ ସେ ରାହୁଲ ଗାନ୍ଧୀଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି।

ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରବେଳେ ସେ କହିଛନ୍ତି, ମୁଁ ଜାତଗତ ଜନଗଣନାକୁ ସମର୍ଥନ କରେ। ଏହା ଏକ ଅନୁଭବ ଏବଂ ଏଥିରେ କିଛି ଭୁଲ ନାହିଁ। ଆପଣ ଜାତି ଜନଗଣନା କରନ୍ତି, ଆପଣ ଅର୍ଥନୈତିକ ବିଶ୍ଳେଷଣ କରନ୍ତି କିମ୍ବା ଦକ୍ଷତା ଜନଗଣନା କରନ୍ତି । ଏହି ସବୁ ଜିନିଷ ଉପରେ କାମ କରନ୍ତି ଯାହା ଦ୍ୱାରା ଅର୍ଥନନୈତିକ ଅସମାନତା ହ୍ରାସ ହୋଇପାରିବ । ଗରିବୀ ହେଉଛି ସବୁଠାରୁ ବଡ ପ୍ରସଙ୍ଗ । ଯଦିଓ ଆପଣ ଏକ ପଛୁଆ ବର୍ଗର ଅଟନ୍ତି। ଯଦି ଆପଣଙ୍କର ଟଙ୍କା ଅଛି, ସମାଜ ଆପଣଙ୍କୁ ସମ୍ମାନ କରିବ। ଯଦି ଆପଣ ଏକ ଉଚ୍ଚ ଜାତିର ଅଟନ୍ତି ଏବଂ ଆପଣଙ୍କ ପାଖରେ ଟଙ୍କା ନାହିଁ, ତେବେ ଆପଣଙ୍କୁ କେହି ସମ୍ମାନ କରିବେ ନାହିଁ। ଅର୍ଥ ଏକ ବଡ଼ ସନ୍ତୁଳନ ଅଟେ।

କହିରଖୁଛୁ ଯେ, ଭାରତୀୟ ଜନତା ପାର୍ଟି ଦୀର୍ଘ ଦିନ ଧରି ଜନଗଣନାକୁ ବିରୋଧ କରିଆସୁଛି। ଦଳ ଅନୁସାରେ, ସେମାନେ ଜାତି ଆଧାରରେ ହିନ୍ଦୁମାନଙ୍କୁ ଭାଗ କରିବା ସପକ୍ଷରେ ନାହାଁନ୍ତି। ଗତ ଲୋକ ସଭା ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଦଳ ଏହାକୁ ଏକ ପ୍ରସଙ୍ଗ କରିଥଲେ। ନିର୍ବାଚନ ଫଳାଫଳରେ ମଧ୍ୟ ଭାଜପାକୁ ଏହି ପ୍ରସଙ୍ଗରେ କ୍ଷତି ସହିବାକୁ ପଡିଲା। ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଧାରଣା ସୃଷ୍ଟି କରିବାରେ ବିରୋଧୀ ସଫଳ ହୋଇଥିଲେ ଯେ ଯଦି ଭାଜପା ତୃତୀୟ ଥର ପାଇଁ କ୍ଷମତାକୁ ଆସେ, ତେବେ ଏହା ସେମାନଙ୍କ ସଂରକ୍ଷଣ ବନ୍ଦ କରିଦେବ।

Share