Posted inଜାତୀୟ

ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଝଟ୍‌କା, କାରଣ ଜାଣିଲେ…

ଅମରାବତୀ,୧୬।୧୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଲାଗିଛି ଶକ୍ତ ଝଟ୍‌କା। କାରଣ ତାଙ୍କ ଭାଇ ତଥା ଟିଡିପିର ପୂର୍ବତନ ବିଧାୟକ ନାରା ରାମମୂର୍ତ୍ତିଙ୍କ ଦେହାନ୍ତ ହୋଇଛି । କହିରଖୁଛୁ, ରାମମୂର୍ତ୍ତି ପ୍ରଥମେ ଟିଡିପି ପକ୍ଷରୁ ଚନ୍ଦ୍ରଗିରି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ବିଜୟୀ ହୋଇଥିଲେ । ସେ କିଛି ଦିନ ଧରି ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରିବା ପରେ ଆଜି ତାଙ୍କର ନିଧନ ହୋଇଯାଇଛି ।

ତାଙ୍କର ମୃତ୍ୟୁ ଖବର ପାଇବା ପରେ ଏପି ସିଏମ ଚନ୍ଦ୍ରବାବୁ ନାଇଡୁ ନିଜର ଦିଲ୍ଲୀଗସ୍ତକୁ ରଦ୍ଦ କରି ତୁରନ୍ତ ତିରୁପତି ଯାତ୍ରା କରିଛନ୍ତି । ରାମମୂର୍ତ୍ତି ଚନ୍ଦ୍ରବାବୁ ନାଇଡୁଙ୍କ ନିଜର ଭାଇ ଥିଲେ । ଅଧିକାଂଶ ସମୟ ସେ ତିରୁପତିରେ ରହୁଥିବାରୁ ପାର୍ଟିରେ ସେତେ ଲୋକପ୍ରିୟ ନ ଥିଲେ ।

ଶନିବାର ତାଙ୍କର ନିଧନ ପରେ ପରିବାର ଲୋକ ତାଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦରୁ ତାଙ୍କର ପୈତୃକ ଗ୍ରାମ ନାରାୱରିପଲ୍ଲୀଙ୍କୁ ନେଇଛନ୍ତି । ଭାଇଙ୍କ ମୃତ୍ୟୁ ଖବର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଶକ୍ତ ଧକ୍କା ଦେଇଛି । ସେ ଗଭୀର ଭାବରେ ଭାଙ୍ଗି ପଡିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ଆଗତ ହେଲା ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍‌, ବିରୋଧୀଙ୍କ ଜୋରଦାର ବିରୋଧ

ନୂଆଦିଲ୍ଲୀ,୧୭।୧୨: କେନ୍ଦ୍ର ସରକାର ମଙ୍ଗଳବାର ଲୋକ ସଭାରେ ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍‌ ଆଗତ କରିଛନ୍ତି। ଏହି ବିଲ୍‌କୁ କଂଗ୍ରେସ, ଟିଏମ୍‌ସି, ସମାଜବାଦୀ ପାର୍ଟି...

ଏହି ମାସରେ କୁଏତ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୨୧-୨୨ରେ କୁଏତ ଗସ୍ତ କରିପାରନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଏତ ଗସ୍ତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ନିକଟରେ...

ରାଷ୍ଟ୍ରପତିଙ୍କୁ ବି ଛାଡିଲେନି

ନୂଆଦିଲ୍ଲୀ,୧୭।୧୨: ସୋସିଆଲ ମିଡିଆରେ ଯେକୌଣସି ବ୍ୟକ୍ତିଙ୍କ ନକଲି ପ୍ରୋଫାଇଲ ତିଆରି କରି ଲୋକଙ୍କଠାରୁ ଟଙ୍କା ଲୁଟିବା ମାମଲା ପ୍ରାୟତଃ ସାମ୍ନାକୁ ଆସିଥାଏ। ଅନେକ ଥର ଠକମାନେ...

ସବୁଠୁ ପ୍ରଦୂଷିତ ସହରର ତାଲିକା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୧୨: ପ୍ରଦୂଷଣ ସାରା ଦେଶର ସମସ୍ୟା ବୋଲି ସୁପ୍ରିମକୋର୍ଟ ସୋମବାର କହିବା ସହ ଅତ୍ୟଧିକ ପ୍ରଦୂଷିତ ସହରଗୁଡ଼ିକର ତାଲିକା ଦାଖଲ ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।...

କେନ୍ଦ୍ର, ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୧୨: ଭାରତରେ ମହିଳା, ଶିଶୁ ଓ ତୃତୀୟ ଲିଙ୍ଗୀଙ୍କ ପ୍ରତି ଅପରାଧ ବଢ଼ୁଥିବାରୁ ଏହାକୁ ରୋକିବା ଦିଗରେ କେତେକ କଠୋର ପଦକ୍ଷେପ ଗ୍ରହଣ କରାଯିବାକୁ ସୁପ୍ରିମକୋର୍ଟରେ...

ନେହେରୁଙ୍କୁ ନେଇ ସୀତାରାମନ-ଖାର୍ଗେ ମୁହାଁମୁହିଁ

ନୂଆଦିଲ୍ଲୀ,୧୭ା୧୨: ୧୯୫୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ସମ୍ବିଧାନ ସଂଶୋଧନ କରି ବାକ୍‌ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇଥିଲେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର...

ଭାରତରେ ରହିଛି ୨୧ ନକଲି ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ, ୧୬।୧୨: ଭାରତରେ ସମୁଦାୟ ୨୧ ନକଲି ବିଶ୍ୱବିଦ୍ୟାଳୟ ରହିଛି। ସୋମବାର ଲୋକ ସଭାର ପ୍ରଶ୍ନକାଳ ସମୟରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଶିକ୍ଷା ରାଷ୍ଟ୍ର...

ଶ୍ରୀଲଙ୍କା ମାଟିକୁ ଭାରତ ବିରୋଧରେ ବ୍ୟବହାର କରିବାକୁ ଦିଆଯିବନି: ଦିସାନାୟକେ

ନୂଆଦିଲ୍ଲୀ,୧୬ା୧୨: ଶ୍ରୀଲଙ୍କା ଏହାର ଅଞ୍ଚଳକୁ ଭାରତର ସ୍ବାର୍ଥ ବିରୋଧୀ କୌଣସି କାର୍ଯ୍ୟରେ ବ୍ୟବହାର ପାଇଁ ଅନୁମତି ଦେବ ନାହିଁ ବୋଲି ଏହାର ରାଷ୍ଟ୍ରପତି ଅନୁରା କୁମାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri