Categories: ଜାତୀୟ

୫୨ ଦିନ ପରେ ଜେଲରୁ ବାହାରିଲେ ଚନ୍ଦ୍ରାବାବୁ…

ହାଇଦ୍ରାବାଦ,୩୧।୧୦ : କୌଶଳ ବିକାଶ ସ୍କାମ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରାବାବୁ ନାଇଡୁ ମଙ୍ଗଳବାର ହାଇକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଛନ୍ତି। ସେ ଜେଲରୁ ବାହାରିବା ମାତ୍ରେ ସେ କହିଛନ୍ତି ମୁଁ ଲୋକଙ୍କ ଏହି ସ୍ନେହକୁ କେବେବି ଭୁଲି ପାରିବି ନାହିଁ।

ନାଇଡୁଙ୍କ ସମର୍ଥକମାନେ ତାଙ୍କ ଜାମିନ ପାଇବା ପାଇଁ ଜେଲ ବାହାରେ ଏକାଠି ହୋଇଥିଲେ। ନାତି ନାରା ଦେବନ୍ସ ମଧ୍ୟ ତାଙ୍କ ଜେଜେବାପାଙ୍କୁ ଭେଟିବାକୁ ଆସିଥିଲେ। ନାଇଡୁ ରାଜହମୁଣ୍ଡ୍ରି ଜେଲରୁ ୫୨ ଦିନ ପରେ ବାହାରିବା ମାତ୍ରେ ନାତିଙ୍କୁ ଆଲିଙ୍ଗନ କରିଥିଲେ।

ସ୍ବାସ୍ଥ୍ୟଗତ କାରଣରୁ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି। ସୋମବାର କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ମଙ୍ଗଳବାର ଆନ୍ଧ୍ରପ୍ରଦେଶ ହାଇକୋର୍ଟ ନାଇଡୁଙ୍କୁ ୨୮ଭେମ୍ବର ପର୍ଯ୍ୟନ୍ତ ଚାରି ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି।

୨୮ ନଭେମ୍ବରରେ ନାଇଡୁଙ୍କୁ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖବର ଅନୁଯାୟୀ କୋର୍ଟ ନାଇଡୁଙ୍କୁ ଡାକ୍ତରଖାନାରେ ଚିକିତ୍ସା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ଲିପ୍ତ ନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫୋନରେ କଥାବାର୍ତ୍ତା ନ କରିବାକୁ ଏବଂ କୌଣସି ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ ନ କରିବାକୁ କିମ୍ବା ଗଣମାଧ୍ୟମ ସହିତ କଥାବାର୍ତ୍ତା ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share