Categories: ଜାତୀୟ

ଦ୍ୱିତୀୟ ଦିନ ପାଇଁ ଚନ୍ଦ୍ରାବାବୁଙ୍କୁ ଜେରା

ରାଜମହେନ୍ଦ୍ରଭରମ୍‌,୨୫ା୯: ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଟିଡିପି ଅଧ୍ୟକ୍ଷ ଚନ୍ଦ୍ରାବାବୁ ନାଇଡୁଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ସିଆଇଡି ଅଧିକାରୀମାନଙ୍କ ଏକ ଟିମ୍‌ ରବିବାର ଦ୍ୱିତୀୟ ଦିନ ପାଇଁ ଜେରା କରିଛି। ଚନ୍ଦ୍ରାବାବୁ ଏବେ ରାଜମହେନ୍ଦ୍ରଭରମ କେନ୍ଦ୍ରୀୟ ଜେଲରେ ରହିଛନ୍ତି। ଶୁକ୍ରବାର ଦୁର୍ନୀତି ନିବାରଣ ବ୍ୟୁରୋ କୋର୍ଟ ତାଙ୍କୁ ଦୁଇଦିନିଆ ସିିଆଇଡି ରିମାଣ୍ଡରେ ଛାଡ଼ିଥିଲେ। ଜେରା ପରେ ୭୩ ବର୍ଷୀୟ ନେତାଙ୍କୁ ସିଆଇଡି ଅଧିକାରୀମାନେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି।

Share