Posted inଜାତୀୟ

ଆଜି ଶପଥ ନେବେ ଚନ୍ଦ୍ରାବାବୁ

ବିଜୟଓ୍ବାଡ଼ା,୧୨ା୬: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁଦେଶମ୍‌ ପାର୍ଟି (ଟିଡିପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କୁ ମଙ୍ଗଳବାର ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନିର୍ବାଚିତ କରାଯାଇଛି। ସେ ବୁଧବାର ବିଭାଜିତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିବେ। ଏହି ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଏନ୍‌ଡିଏ ନେତାମାନେ ଉପସ୍ଥିତ ରହିବେ।
ଜନସେନା ପାର୍ଟି ବିଧାୟକ ଦଳ ନେତା ପଓ୍ବନ କଳ୍ୟାଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚନ୍ଦ୍ରାବାବୁଙ୍କ ନାଁ ପ୍ରସ୍ତାବ ରଖିଥିବାବେଳେ ଭାଜପା ରାଜ୍ୟ ସଭାପତି ଡି. ପୁରନ୍ଦେଶ୍ୱରୀ ଏହାକୁ ସମର୍ଥନ ଜଣାଇଥିଲେ। ଏନ୍‌ଡିଏର ମେଣ୍ଟର ନବନିର୍ବାଚିତ ବିଧାୟକମାନେ ଏହାକୁ କରତାଳି ଦେଇ ସ୍ବାଗତ କରିଥିଲେ। ଏହି ଅବସରରେ ଉଦ୍‌ବୋଧନ ଦେଇ ଚନ୍ଦ୍ରାବାବୁ କହିଛନ୍ତି, ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ଏନ୍‌ଡିଏ ୧୬୪ ଆସନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଛି। ରାଜ୍ୟବାସୀ ମେଣ୍ଟ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାର ଆମକୁ ସବୁପ୍ରକାର ସମର୍ଥନ କରିବା ଆବଶ୍ୟକ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ନିବେଦନ କରିଥିଲେ। ସେମାନେ ଯଥାସମ୍ଭବ ସମର୍ଥନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୪ ଦଶନ୍ଧିର ରାଜନୈତିକ କ୍ୟାରିୟରରେ ଚନ୍ଦ୍ରାବାବୁ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଅମରାବତୀ ଆନ୍ଧ୍ରର ରାଜଧାନୀ ହେବ ବୋଲି ଏହି ଅବସରରେ ସେ କହିଛନ୍ତି।
ଏହା ପୂର୍ବରୁ ମଙ୍ଗଳାଗିରିସ୍ଥିତ ଜନସେନା ପାର୍ଟି କାର୍ଯ୍ୟାଳୟରେ ପଓ୍ବନ କଲ୍ୟାଣଙ୍କୁ ଦଳର ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ସେହିପରି ଭାଜପା ରାଜ୍ୟ ସଭାପତି ପୁରନ୍ଦେଶ୍ୱରୀ ମଧ୍ୟ ଦଳୀୟ ବିଧାୟକମାନଙ୍କ ବୈଠକ କରି ବିଧାୟକ ଦଳ ନେତା ପାଇଁ ହାଇକମାଣ୍ଡଙ୍କ ନିଷ୍ପତ୍ତି ପାଳନ କରିବାକୁ କହିଥିଲେ। ଗତ ବିଧାନସଭା ନିର୍ବାଚନରେ ଟିଡିପି ୧୩୫ ଆସନ ଜିତିଥିବାବେଳେ ସହଯୋଗୀ ଦଳ ଜେଏସ୍‌ପି ୨୧ ଏବଂ ଭାଜପା ୮ ଆସନରେ ବିଜୟୀ ହୋଇଥିଲା। ସେହିପରି ଲୋକ ସଭା ନିର୍ବାଚନରେ ଆନ୍ଧ୍ରର ୨୫ ଆସନରୁ ଏନ୍‌ଡିଏକୁ ୨୧ ଆସନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଣାପଡିଲା ସତ! ଘରେ ଥିବା ଗାଡ଼ିର କେମିତି କଟୁଛି ଚାଲାଣ

ଭାଗଲପୁର,୧୮।୧୧: ଟ୍ରାଫିକ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଭାଗଲପୁରରେ ଅନେକ ପ୍ରକାରର ବ୍ୟବସ୍ଥା କରାଯାଇଛି, କିନ୍ତୁ ଏହା ସତ୍ତ୍ୱେ୍‌ ଲୋକମାନେ ନିଜ ଚତୁରତା ଦ୍ୱାରା ଅନ୍ୟମାନଙ୍କୁ...

ଆଜି ଭାଜପାରେ ସାମିଲ ହୋଇପାରନ୍ତି କୈଳାଶ ଗେହଲୋଟ, ଗୋଟିଏ ଦିନ ପୂର୍ବରୁ ଛାଡିଥିଲେ ଏଏପି

ନୂଆଦିଲ୍ଲୀ,୧୮।୧୧: ଆମ ଆଦମୀ ପାର୍ଟି ଏବଂ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନଜାଫଗଡ ବିଧାୟକ କୈଳାଶ ଗେହଲୋଟ ଆଜି ଅର୍ଥାତ୍‌ ସୋମବାର ଭାଜପାରେ...

ପ୍ରଦୂଷଣ ବଳୟରେ ରାଜଧାନୀ, ଜାରି ହେଲା ଜିଆର୍‌ଏପି-୪ କଟକଣା

ନୂଆଦିଲ୍ଲୀ,୧୮ା୧୧: ସୋମବାର ଦିଲ୍ଲୀରେ ବାୟୁ ପ୍ରଦୂଷଣ ଜୀବନ ପ୍ରତି ବିପଦ ସ୍ତରରେ ପହଞ୍ଚିବା ପରେ  ଜିଆର୍‌ଏପି-୪ ଲାଗୁ କରାଯାଇଛି। ଆଜିଠାରୁ କେବଳ ଦଶମ ଏବଂ ଦ୍ୱାଦଶ...

ମଣିପୁରରେ ସ୍ଥିତି ସଂଘିନ: ନଦୀରୁ ମିଳିଲା ଅପହରଣ ହୋଇଥିବା ଦୁଇବର୍ଷର ଶିଶୁ ଓ ଜେଜେ ମା’ ଙ୍କ ମୁଣ୍ଡକଟା ଶରୀର

ମଣିପୁର,୧୭ା୧୧: ମଣିପୁରର ଜିରିବମ୍ ଜିଲାର ମୈତେଇ ସମ୍ପ୍ରଦାୟର ରିଲିଫ କ୍ୟାମ୍ପରୁ ଆସିଛି ଛାତି ଥରାଇ ଦେବା ଭଳି ଘଟଣା। ଏଠାରୁ ଦୁଇଜଣଙ୍କୁ ଅପହରଣ କରିବା ପରେ...

ମଣିପୁରରେ ସ୍ଥିତି ସୁଧାରିବାରେ ମୁଖ୍ୟମନ୍ତ୍ରୀ ଫେଲ୍: ଭାଜପାଠାରୁ ସମର୍ଥନ ଫେରାଇନେଲା ସହଯୋଗୀ ଦଳ

ମଣିପୁର,୧୭ା୧୧: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ନ୍ୟାସନାଲ ପିପୁଲ୍ସ ପାର୍ଟି ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡାଙ୍କୁ ଚିଠି ଲେଖି ସମର୍ଥନ ପ୍ରତ୍ୟାହାର କରିବାକୁ ଜଣାଇଛି।...

ଆମ୍ବଲାନ୍ସକୁ ରାସ୍ତା ନ ଛାଡିବା ପଡିଲା ମହଙ୍ଗା: କାର୍ ମାଲିକଙ୍କ ଉପରେ ଅଢେଇ ୨.୫ ଲକ୍ଷ ଟଙ୍କାର ଫାଇନ୍ ଲଗାଇଲେ ସରକାର

କେରଳ,୧୭ା୧୧: ରାସ୍ତାରେ ଆମ୍ବୁଲାନ୍ସକୁ ରାସ୍ତା ନ ଛାଡ଼ିବାରୁ ଏକ କାର୍ ଉପରେ କେରଳ ସରକାର ଅଢେଇ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି। ଏଭଳି ଉଦାହରଣ ମୂଳକ...

ଜେଲ ଯିବା ଅପେକ୍ଷା ଭାଜପାରେ ସାମିଲ ହୋଇଯିବା ଭଲ, କାହିଁକି ଏମିତି କହିଲେ ଭାଜପା ନେତା

ନୂଆଦିଲ୍ଲୀ,୧୭।୧୧: ରବିବାର ଆମ ଆଦମୀ ପାର୍ଟି (ଏଏପି)କୁ ଏକ ବଡ଼ ଝଟକା ଲାଗିଛି। ଭେଟେରାନ ଏଏପି ନେତା ତଥା ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲୋଟ...

ଓଡ଼ିଶାର ପାଟପୁର ଥାନା ଭାରତରେ ଶ୍ରେଷ୍ଠ, ପୁରସ୍କୃତ କରିବେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୧୧: ପୁଣିଥରେ ଓଡ଼ିଶାର ଥାନାକୁ ମିଳିଛି ଦେଶରେ ଶ୍ରେଷ୍ଠ ପୁରସ୍କାର। ଗଞ୍ଜାମ ଜିଲାର ପାଟପୁର ଥାନାକୁ ୨୦୨୪ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଦେଶର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri