ଚନ୍ଦ୍ରମା

 

ସତ୍ୟ ଘଟଣାକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ସିନେମା ‘ଚନ୍ଦ୍ରମା’। ଏକ ଭୌତିକ ଘଟଣାକୁ ନେଇ କାହାଣୀ ଆଗକୁ ଗତି କରୁଛି। ଧୁନ୍‌ ମ୍ୟୁଜିକାଲ ବ୍ୟାନରରେ ର୍ନିମିତ ଏହି ଚଳଚ୍ଚିତ୍ରର ପ୍ରଥମ ଟିଜର ରିଲିଜ ହୋଇ ବେଶ୍‌ ଭାଇରାଲ ହୋଇଛି। ପ୍ରାରମ୍ଭରୁ ଏଭଳି ସଫଳତା ମିଳିବା ପରେ ପ୍ରଯୋଜନା ସଂସ୍ଥା ଆଉ ଏକ ଅଭିନବ ପଦକ୍ଷେପ ନେବାକୁ ଯାଉଛି। କେବଳ ଓଡ଼ିଆ ନୁହେଁ ପରବର୍ତ୍ତୀ ସମୟରେ ଏହାକୁ ଅନ୍ୟ ଭାଷାରେ ପ୍ରସ୍ତୁତ କରିବାକୁ ଯୋଜନା ରହିଛି ବୋଲି ସୂଚନା ଦିଆଯାଇଛି। ଫିଲ୍ମଟିର ପ୍ରଯୋଜନା କରିଛନ୍ତି କେପି। ସହ-ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ରବି ମହାନ୍ତି। ଏହାର ନିର୍ଦ୍ଦେଶନା ଦେଉଛନ୍ତି ବିଶ୍ୱ ଭୂଷଣ ମହାପାତ୍ର। ‘ଚନ୍ଦ୍ରମା’ର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଦେବାଶିଷ ପାତ୍ର। ଏଥିରେ ଭୂମିକା ଦାଶ ଓ ପ୍ରିୟା ଚୌଧୁରୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଖୁବ୍‌ ଶୀଘ୍ର ଏହା ପ୍ୟାନ ଇଣ୍ଡିଆ ସ୍ତରରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Share