ଗଣେଶ ଚତୁର୍ଥୀରେ ‘ଚନ୍ଦ୍ରମୁଖୀ ୨’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କ ବହୁ ପ୍ରତୀକ୍ଷିତ ମୁଭି ‘ଚନ୍ଦ୍ରମୁଖୀ-୨’ ଆସନ୍ତା ଗଣେଶ ଚତୁର୍ଥୀରେ ମୁକ୍ତିଲାଭ କରିବ । ଏହାର ଟ୍ରେଲର ଚେନ୍ନାଇରେ ରିଲିଜ୍‌ ହୋଇଛ, ଯେଉଁଥିରେ କଙ୍ଗନା ଭିନ୍ନ ଏକ ଲୁକ୍‌ରେ ଦେଖିବାକୁ ମିଳିଛନ୍ତି। ତାଙ୍କର ଏହି ଚରିତ୍ରକୁ ଲୋକେ ବେଶ୍‌ ପସନ୍ଦ କରୁଛନ୍ତି। ଫିଲ୍ମରେ କଙ୍ଗନା ଏବଂ ରାଘବ ଲରେନ୍ସଙ୍କ ଦମ୍‌ଦାର ଦୃଶ୍ୟ ଦେଖିବାକୁ ମିଳିଛି। କଙ୍ଗନା ଜଣେ ମହାରାଣୀ ଭୂମିକାରେ ଅଭିନୟ କରୁଥିବାବେଳେ ଏକ ବଙ୍ଗାଳୀ ବସ୍ତ୍ର ପିନ୍ଧିଥିବା ନଜରକୁ ଆସିଛି। ଟ୍ରେଲରରେ ଦେଖିବାକୁ ମିଳିଛି, କିଛି ସମସ୍ୟାର ସମାଧାନ ପାଇଁ ଜଣେ ପରିବାର ଏକ ବଙ୍ଗଳାରେ ରହିବାକୁ ଆସୁଛନ୍ତି। ବଙ୍ଗଳାର ଏକ ପାର୍ଶ୍ୱକୁ ସେମାନଙ୍କୁ ଯିବାକୁ ବାରଣ ହୋଇଛି।

Share