Categories: ଫୁରସତ

ଗଣେଶ ପୂଜାରେ ‘ଚନ୍ଦ୍ରମୁଖୀ-୨’

ମୁମ୍ବାଇ: କଙ୍ଗନା ରାଣାଓ୍ବତ ଓ ରାଘବ ଲରେନ୍ସଙ୍କ ଫିଲ୍ମ ଚନ୍ଦ୍ରମୁଖୀ-୨ ଗଣେଶ ପୂଜାରେ ମୁକ୍ତିଲାଭ କରିବ। ଏହି ହରର୍‌ କମେଡି ଫିଲ୍ମର ନିର୍ଦ୍ଦେଶନା ଓ କାହାଣୀ ଲେଖିଛନ୍ତି ବି. ବାସୁ। ଲାଇକା ପ୍ରଡକ୍ସନ ପକ୍ଷରୁ ବହୁ ଭାଷାରେ ନିର୍ମାଣ କରାଯାଇଥିବା ଏହି ଫିଲ୍ମର ପୋଷ୍ଟର ଅନ୍‌ଲାଇନ୍‌ରେ ଶେୟାର କରାଯାଇଛି। ତେବେ ସୋସିଆଲ ମିଡିଆରେ ଶେୟାର ହୋଇଥିବା ଫିଲ୍ମର ପୋଷ୍ଟରରେ କଙ୍ଗନାଙ୍କୁ ଦେଖିବାକୁ ମିଳୁନାହିଁ। ଅନ୍ୟପକ୍ଷେ ରାଘବ ଲରେନ୍ସ ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ। ସେପ୍ଟେମ୍ବର ୧୯ରେ ଚନ୍ଦ୍ରମୁଖୀ-୨ ତାମିଲ, ତେଲୁଗୁ, ହିନ୍ଦୀ, ମାଲାୟାଲମ ଏବଂ କନ୍ନଡ଼ ଭାଷାରେ ରିଲିଜ୍‌ ହେବ। ଗତ ମାର୍ଚ୍ଚରେ ଫିଲ୍ମର ଶୁଟିଂ ଶେଷ ହୋଇଥିଲା। କଙ୍ଗନା, ରାଘବଙ୍କ ଛଡ଼ା ଫିଲ୍ମରେ ରାଧିକା ସରଥକୁମାର, ଭାଦିବେଲୁ, ଲକ୍ଷ୍ମୀ ମେନନ, ମହିମାନାମ୍ବିଆର ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଏହି ଅବସରରେ କଙ୍ଗନା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ।

Share