‘ଚନ୍ଦ୍ରମୁଖୀ୨’ରେ ରାଘବଙ୍କ ବିପକ୍ଷରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଉ ଏକ ହାଇବଜେଟ୍‌ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ନିକଟରେ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ହରର୍‌, କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ’ର ସିକ୍ୱେଲ୍‌ ‘ଚନ୍ଦ୍ରମୁଖୀ ୨’ର ନିର୍ମାଣ ନେଇ ଘୋଷଣା କରାଯାଇଛି। ଏଥିରେ ମୁଖ୍ୟ ଭୂମିକାରେ କଙ୍ଗନା ଅଭିନୟ କରିବେ। ଯେଉଁଥିରେ ମୁଖ୍ୟ ନାୟକଙ୍କ ଚରିତ୍ରରେ ରାଘବ ଲରେନ୍ସ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଭାର ପି. ବାସୁ ସମ୍ଭାଳିଥିବା ବେଳେ ତାମିଲ ହାସ୍ୟ ଅଭିନେତା ଭାଡିଭେଲୁ ମଧ୍ୟ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିବେ। ମଙ୍ଗଳବାର ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଏକ ପୋଷ୍ଟ ଶେୟାର କରି କଙ୍ଗନା ଏନେଇ ସୂଚନା ଦେଇଛନ୍ତି। ଆଉଥରେ କଙ୍ଗନାଙ୍କୁ ଏକ ମେଗା ତାମିଲ ଫିଲ୍ମରେ କାମ କରିବାର ସୁଯୋଗ ମିଳିଛି। ପି.ବାସୁଙ୍କ ସହ ଆଉଥରେ କାମ କରିବା ନେଇ ସେ ବେଶ୍‌ ଉତ୍ସାହିତ ଥିବା ପୋଷ୍ଟ ଜରିଆରେ କହିଛନ୍ତି। ସୂଚନା ମୁତାବକ,୨୦୦୫ରେ ରିଲିଜ୍‌ ହୋଇଥିବା ଚନ୍ଦ୍ରମୁଖୀରେ ଜ୍ୟୋତିକା ଅଭିନୟ କରିଥିବା ବେଳେ ଏହାର ସିକ୍ୱେଲ୍‌ରେ କିନ୍ତୁ କଙ୍ଗନାଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିବ।

Share