Categories: ଖେଳ

କୋହଲିଙ୍କ ଦିଓ୍ବାନା ହେଲେ ପାକିସ୍ତାନ ପ୍ରଶଂସକ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି। ଏହାର ସଦ୍ୟତମ ଉଦାହରଣ ପାକିସ୍ତାନରେ ଦେଖିବାକୁ ମିଳିଛି। ଏଠାରେ ଜଣେ ପ୍ରଶଂସକ କୋହଲିଙ୍କ ଏକ ଚିତ୍ର ବାଲିରେ କରିଛନ୍ତି। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ବିରାଟ କୋହଲିଙ୍କ ଚମତ୍କାର ବାଲୁକା କଳା ତିଆରି କରିଥିବା କଳାକାରଙ୍କ ନାମ ହେଉଛି ସଚ୍ଚନ। ସଚ୍ଚନ ପାକିସ୍ତାନର ବାଲୁଚିସ୍ତାନର ବାସିନ୍ଦା। ସେ ବିରାଟ କୋହଲିଙ୍କ ଜଣେ ବଡ଼ ପ୍ରଶଂସକ। ସେ କୋହଲିଙ୍କ ଏକ ଚମତ୍କାର ବାଲୁକା କଳା କରିଛନ୍ତି।
ପାକିସ୍ତାନ ବିପକ୍ଷ ଏସିଆ କପ ମ୍ୟାଚ୍‌ରେ କୋହଲି ଭଲ ଖେଳିପାରି ନ ଥିଲେ। ବିରାଟ କୋହଲି ୭ ବଲରୁ ୪ ରନ ସ୍କୋର କରିଥିଲେ। ପାକିସ୍ତାନୀ ଦ୍ରୁତ ବୋଲର ଶାହିନ ଆଫ୍ରିଦି ବିରାଟ କୋହଲିଙ୍କୁ ଆଉଟ୍‌ କରିଥିଲେ। ବର୍ଷା ହେତୁ ମ୍ୟାଚ୍‌ ରଦ୍ଦ ହୋଇଥିଲା।

Share