Categories: ଜାତୀୟ

ଟ୍ରକ୍‌-ଅଟୋ ଧକ୍କା: ୪ ମୃତ

ଭୋପାଳ,୨୮।୯: ପୂର୍ବାଞ୍ଚଳ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍‌-ଅଟୋ ରିକ୍ସା ସହିତ ଧକ୍କା ହେବା ଫଳରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଏହି ମାମଲାରେ ପୋଲିସ ଅଧିକାରୀ କହିଛନ୍ତି, ଟ୍ରକ୍‌ ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଇଥିଲେ, ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଛି।

ସେ କହିଛନ୍ତି, ବୁଧବାର ରାତି ପ୍ରାୟ ୯ଟା ସମୟରେ ରାମନଗରର ବାବୁପେଠ ଅଞ୍ଚଳରେ ଏହି ଘଟଣା ଘଟିଛି। ଟ୍ରକଟି ବଲ୍ଲାରଶାହାରୁ ଚନ୍ଦ୍ରପୁର ଅଭିମୁଖେ ଯାଉଥିବାବେଳେ ୭ ଜଣ ଯାତ୍ରୀଙ୍କୁ ନେଇ ଅଟୋ ରିକ୍ସା ବିପରୀତ ଦିଗରୁ ଆସୁଥିବା ବେଳେ ଧକ୍କା ହୋଇଥିଲା।

Share