Categories: ଜାତୀୟ

ଭାଜପାକୁ ପଛରେ ପକାଇ ବହୁ ଭୋଟରେ ଆଗେଇଲେ ଚନ୍ଦ୍ରଶେଖର ଆଜାଦ

ଲକ୍ଷ୍ନୌ,୪।୬: ଚନ୍ଦ୍ରଶେଖର ଆଜାଦ ଉତ୍ତରପ୍ରଦେଶର ନାଗିନ ଲୋକ ସଭା ଆସନରୁ ଆଗୁଆ ଅଛନ୍ତି। ଭାଜପା ପ୍ରାର୍ଥୀ ଏଠାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ୩୬ଟି ଆସନରେ ଆଗୁଆ ରହିଛି। ଭାରତୀୟ ଜନତା ପାର୍ଟି ୩୪ ଟି ଆସନରେ ଏବଂ କଂଗ୍ରେସ ୭ଟି ଆସନରେ ଆଗୁଆ ରହିଛି।
ଚନ୍ଦ୍ରଶେଖର ଆଜାଦ ଆରମ୍ଭରୁ ନାଗିନ ଲୋକ ସଭା ଆସନରେ ଆଗୁଆ ରହିଆସିଛନ୍ତି। ୯୯,୩୯୦ ଭୋଟ ସହ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ପ୍ରଥମ ସ୍ଥାନରେ ଅଛନ୍ତି। ଭାଜପାର ଓମ କୁମାର ୭୦,୧୯୦ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଏବଂ ସମାଜବାଦି ଦଳର ମନୋଜ କୁମାର ୧୯,୧୧୬ଭୋଟ ସହ ତୃତୀୟ ସ୍ଥାନରେ ଅଛନ୍ତି। ବହୁଜନ ସମାଜ ପାର୍ଟିର ସୁରେନ୍ଦ୍ର ପାଲ ସିଂ ୩୪୪୨ ଭୋଟ ସହ ଚତୁର୍ଥ ସ୍ଥାନରେ ଅଛନ୍ତି।
୧୯ଏପ୍ରିଲରେ ପ୍ରଥମ ପର୍ଯ୍ୟାୟରେ ନାଗିନରେ ମତଦାନ ଅନୁଷ୍ଠିତ ହୋଇଥିଲା। ନାଗିନ ଅନୁସୂଚିତ ଜାତି ପାଇଁ ଏକ ସଂରକ୍ଷିତ ଆସନ। ନାଗିନ ବିଜନୋର ଜିଲାର ଏକ ତହସିଲ। ଏହି ଆସନ ୨୦୦୮ରେ ଡିଲିମିଟେସନ ପରେ ୨୦୦୯ରେ ସୃଷ୍ଟି ହୋଇଥିଲା। ଏହା ପୂର୍ବରୁ ବିଜନୋର ଲୋକସଭା ଆସନର ଏକ ଅଂଶ ଥିଲା। ଏହି ନିର୍ବାଚନରେ ସମସ୍ତଙ୍କ ଆଖି ନାଗିନ ଆସନ ଉପରେ ରହିଛି। ଏହାର ଅନେକ କାରଣ ଅଛି । ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ନିଜେ ଏଠାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଭାଜପାର ଓମ କୁମାର, ସମାଜବାଦୀ ପାର୍ଟିର ମନୋଜ କୁମାର ଏବଂ ବିଏସପିର ସୁରେନ୍ଦ୍ର ପାଲ ସିଂ ମଇଦାନରେ ଅଛନ୍ତି। ୨୦୦୯ରେ ଆସିଥିବା ନାଗିନା ଆସନ, ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠିତ ତିନିଟି ନିର୍ବାଚନରେ ପ୍ରତ୍ୟେକ ଥର ଏକ ଭିନ୍ନ ଦଳବୁ ବିଜୟ ମୁକୁଟ ପିନ୍ଧାଉଛି। ୨୦୦୯ ଲୋକ ସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ଯଶବୀର ସିଂ, ୨୦୧୪ନିର୍ବାଚନରେ ଯଶବନ୍ତ ସିଂ ଏବଂ ୨୦୧୯ସାଧାରଣ ନିର୍ବାଚନରେ ବିଏସପିି ଟିକେଟରେ ଗିରିଶ ଚନ୍ଦ୍ର ଏମପି ଭାବରେ ନିର୍ବାଚିତ ହୋଇଥିଲେ।

Share