ଚନ୍ଦ୍ରଶେଖରନ୍‌ ଟାଟା ସନ୍ସ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପୁନଃ ନିଯୁକ୍ତ

ନୂଆଦିଲ୍ଲୀ,୧୨ା୨(ପି.ଟି.): ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ଟାଟା ସନ୍ସ ଏହାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଆଉ ୫ ବର୍ଷ ଲାଗି ପୁନଃ ନିଯୁକ୍ତ କରିଛି। ବୋର୍ଡ ସଦସ୍ୟମାନେ ଚନ୍ଦ୍ରଶେଖରନ୍‌ଙ୍କ ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିବା ସହ ପରବର୍ତ୍ତୀ ୫ ବର୍ଷ ଲାଗି ତାଙ୍କର ପୁନଃ ନିଯୁକ୍ତିକୁ ସର୍ବସମ୍ମତିକ୍ରମେ ଅନୁମୋଦନ କରିଥିଲେ ବୋଲି ଟାଟା ସନ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ବୈଠକରେ ସ୍ବତନ୍ତ୍ର ନିମନ୍ତ୍ରିତ ଭାବେ ଯୋଗଦେଇଥିବା ରତନ ଟାଟା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଚନ୍ଦ୍ରଶେଖରନ୍‌ଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍‌ର ପ୍ରଗତି ଓ ପ୍ରଦର୍ଶନକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ତାଙ୍କର ପୁନଃ ନିଯୁକ୍ତି ପାଇଁ ସୁପାରିସ କରିଥିଲେ। ଗତ ୫ ବର୍ଷ ହେଲା ଟାଟା ଗ୍ରୁପ୍‌ର ନେତୃତ୍ୱ ନେବାର ସୌଭାଗ୍ୟ ପାଇଥିଲି। ଏବେ ପୁଣି ୫ ବର୍ଷ ପାଇଁ ନେତୃତ୍ୱ ନେବାର ସୁଯୋଗ ପାଇଥିବାରୁ ବହୁତ ଖୁସି ବୋଲି ଚନ୍ଦ୍ରଶେଖରନ୍‌ କହିଛନ୍ତି। ୨୦୧୬ ଅକ୍ଟୋବରରେ ଚନ୍ଦ୍ରଶେଖରନ୍‌ ଟାଟା ସନ୍ସ ବୋର୍ଡରେ ଯୋଗଦେଇଥିଲେ ଏବଂ ୨୦୧୭ ଜାନୁୟାରୀରେ ଏହାର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୨୧ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଟାଟା ସନ୍ସର ମୋଟ ରାଜସ୍ବ ପରିମାଣ ୧୦୩ ବିଲିୟନ ଡଲାର (୭.୭ ଲକ୍ଷ କୋଟି ଟଙ୍କା)।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI, ବଢ଼ିଲା ଏସବୁର EMI…

ନୂଆଦିଲ୍ଲୀ,୧୫।୧୧: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା। ବ୍ୟାଙ୍କ ଏହାର ମାର୍ଜିନାଲ କଷ୍ଟ ବେଶ୍ଡ ଲେଣ୍ଡିଂ ରେଟ୍ସ(MCLR) ହାରରେ ବୃଦ୍ଧି...

ଜେଡ୍‌ ବ୍ଲାକ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜରେ ଗୋଲ୍ଡ ପାର୍ଟନର

ନୂଆଦିଲ୍ଲୀ,୧୫।୧୧:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମହୀଶୂର ଦୀପ ପରଫ୍ୟୁମେରି ହାଉସ(ଏମ୍‌ଡିପିଏଚ୍‌)ର ପ୍ରମୁଖ ବ୍ରାଣ୍ଡ ଜେଡ୍‌ ବ୍ଲାକ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନାଦର: ଜାଣନ୍ତୁ ଏବେ କେତେ ଟଙ୍କା

ନୂଆଦିଲ୍ଲୀ,୧୫।୧୧:କ୍ରମାଗତ ଭାବେ ଘରୋଇ ବଜାରରେ ଉଭୟ ସୁନା ଓ ରୁପା ମୂଲ୍ୟରେ ପରିବର୍ତ୍ତନ ହେଉଛି। ଏପରିକି ଡଲାର ସୂଚକାଙ୍କରେ କ୍ରମାଗତ ବୃଦ୍ଧି ଏବଂ ଆମେରିକୀୟ ବଣ୍ଡ...

ଏକମାତ୍ର ଭାରତୀୟ ଭାବେ ଏମିତି କାର୍‌ନାମା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୧୫।୧୧:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୁଣି ଥରେ କେବଳ ଦେଶରେ ନୁହେଁ, ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଉଦ୍ୟୋଗପତି...

ହୋଣ୍ଡା ଆମେଜ୍‌ର ପ୍ରତିକୃତି ଅନାବରଣ

ନୂଆଦିଲ୍ଲୀ,୧୩।୧୧(ଅଭୟ ଦାଶ): ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ଆମେଜର ଉଭୟ ବାହ୍ୟ ଓ...

କମ୍‌ଭିଭା ସହ ଏଡବ୍ଲ୍ୟୁଏସ୍‌ର ବୁଝାମଣା

ନୂଆଦିଲ୍ଲୀ,୧୩।୧୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା କମ୍‌ଭିଭା ଏବଂ ଆମାଜନ ୱେବ୍‌ ସର୍ଭିସେସ୍‌ (ଏଡବ୍ଲ୍ୟୁଏସ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏ ସମ୍ପର୍କରେ...

ନିବେଶକ ହରାଇଲେ ୬ ଲକ୍ଷ କୋଟି

ମୁମ୍ବାଇ,୧୩।୧୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ଷ୍ଟକ୍‌ ବଜାର କାରବାର ଉପରେ ପଡ଼ିଛି। ଫଳରେ ମଙ୍ଗଳବାର ଘରୋଇ ଶେୟାର ବଜାରର...

ଆର୍‌ବିଆଇ ଆକଳନ ହେଲା ଭୁଲ୍‌: ଖୁଚୁରା ମୁଦ୍ରାସ୍ଫୀତି ୬.୨୧%

ମୁମ୍ବାଇ/ନୂଆଦିଲ୍ଲୀ,୧୩ା୧୧:ଦେଶରେ କିଛିବର୍ଷ ହେଲା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିଚାଲିଥିବାବେଳେ ଏଥିରେ ଲଗାମ ଲଗାଇବା ପାଇଁ ମୁଦ୍ରାସ୍ଫୀତିକୁ ୨%ରୁ ୬% ମଧ୍ୟରେ ସୀମିତ ରଖିବା ଲାଗି ଭାରତୀୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri