ଲକ୍ଷ୍ନୌ,୧୫।୧: ଅଖିଲେଶଙ୍କ ସମାଜବାଦୀ ପାର୍ଟି ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ଭୀମ ଆର୍ମି ମଧ୍ୟରେ ହେବାକୁ ଥିବା ମେଣ୍ଟରେ ଶେଷ ମୁହୁର୍ତ୍ତରେ ଫାଟ ଦେଖାଦେଇଛି।
ଖବରଦାତା ସମ୍ମିଳନୀରେ ଚନ୍ଦ୍ରଶେଖର ଆଜାଦ ତାଙ୍କ ଦଳ ସମାଜବାଦୀ ପାର୍ଟି ସହ ହେବାକୁ ଥିବା ମେଣ୍ଟରେ ସାମିଲ ହେଉ ନ ଥିବା ସ୍ପଷ୍ଟ କରିଛନ୍ତି। ଏଥିସହ ଅଖିଲେଶ ଦଳିତମାନଙ୍କୁ ସାମିଲ କରିବାକୁ ଚାହୁଁ ନ ଥିବା ଆଜାଦ ଅଭିଯୋଗ କରିଛନ୍ତି।
କିଛି ଘଣ୍ଟା ପୂର୍ବରୁ ଚନ୍ଦ୍ରଶେଖରଙ୍କ ଭୀମ ଆର୍ମି ପାର୍ଟି ଓ ଅଖିଲେଶଙ୍କ ସମାଜବାଦୀ ପାର୍ଟି ମେଣ୍ଟ କରିବେ ବୋଲି ସୂଚନା ମିଳିଥିଲା। ମେଣ୍ଟ ପାଇଁ ସବୁ ପ୍ରକାରର ଡିଲ ଶେଷ ହୋଇଥିବା ଆଜାଦ କହିଥିଲେ।