ଚନ୍ଦ୍ରପୃଷ୍ଠରେ କେମିତି ସୃଷ୍ଟି ହେଉଛି ଜଳ, ଆମେରିକା ବୈଜ୍ଞାନିକଙ୍କ ବଡ ଖୁଲାସା

ଓ୍ବାଶିଂଟନ୍‌,୧୫।୯: ଚନ୍ଦ୍ରାୟାନ ୩ର ସଫଳ ଅବତରଣ ପରେ ସାରାବିଶ୍ୱର ନଜର ଭାରତ ଉପରେ ରହିଛି। ତେବେ ଚନ୍ଦ୍ରାୟାନର ପ୍ରଜ୍ଞାନ ନିଜ ଗବେଷଣାରେ ଚନ୍ଦ୍ରରେ ଅମ୍ଲଜାନ ଥିବା ନେଇ ସ୍ପଷ୍ଟ କରିଛି। ତେବେ ଭାରତର ପ୍ରଥମ ମୁନ ମିଶନ ଚନ୍ଦ୍ରାୟାନ ୧କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଚନ୍ଦ୍ରାୟାନ ୧ ଚନ୍ଦ୍ରପୃଷ୍ଠରେ ଜଳ ଥିବା ନେଇ ସାରା ବିଶ୍ୱକୁ ସୂଚନା ଦେଇଥିଲା। ଆମେରିକାର ମନୋଆ ସ୍ଥିତ ହାୱାଇ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଏକ ଟିମ୍‌ ଚନ୍ଦ୍ରାୟାନ ୧ର ରିମୋଟ ସେନ୍ସିଂ ତଥ୍ୟକୁ ପୁଣି ବିଶ୍ଳେଷଣ କରିଛିନ୍ତି। ଏହି ସମୟରେ ସେମାନେ ଜାଣିବାକୁ ପାଇଛନ୍ତି ଯେ, ପୃଥିବୀର ପ୍ଲାଜମା ସିଟରେ ଥିବା ଇଲୋକ୍ଟ୍ରନଗୁଡ଼ିକ ଚନ୍ଦ୍ର ପୃଷ୍ଠରେ ଥିବା ପଥର ଏବଂ ଖଣିଜ ପଦାର୍ଥଗୁଡିକୁ ଭାଙ୍ଗିବା କିମ୍ବା ତରଳିବାରେ ସାହାଯ୍ୟ କରୁଛି। ପୃଥିବୀରେ ଥିବା ଅଧିକ ଉର୍ଜା ଜନିତ ଇଲୋକ୍ଟ୍ରନ ଚନ୍ଦ୍ରରେ ଜଳ ସୃଷ୍ଟି କରିବାରେ ସାହାଯ୍ୟ କରୁଛି।

Share