Categories: ଜାତୀୟ

ବିକ୍ରମର ଫଟୋ ଉଠାଇଲା ଚନ୍ଦ୍ରାୟାନ ୨ର ଅର୍ବିଟର

ନୂଆଦିଲ୍ଲୀ,୯।୯: ଭାରତର ମୁନ ମିଶନ ଚନ୍ଦ୍ରାୟାନ ୩ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି। ପ୍ରଜ୍ଞାନ ରୋଭର ଓ ବିକ୍ରମ ଲ୍ୟାଣ୍ଡର ନିଜର ମିଶନ ସମାପ୍ତ କରି ଅନେକ ତଥ୍ୟ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)କୁ ପଠାଇଛନ୍ତି। ତେବେ ବିକ୍ରମର ଏକ ଚମତ୍କାର ଫଟୋ ସାମ୍ନାକୁ ଆସିଛି। ଚନ୍ଦ୍ରପୃଷ୍ଠରେ ବର୍ତ୍ତମାନ ରାତି ହୋଇଛି ଯାହାଯୋଗୁ ବିକ୍ରମ ସ୍ଲିପ୍‌ ମୋଡରେ ଅଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଚନ୍ଦ୍ରାୟାନ ୨ରେ ଲାଗିଥିବା ଅର୍ବିଟର ଏହି ଫଟୋ ଉତ୍ତୋଳନ କରିଛି।

ଇସ୍ରୋ ଜାରି କରିଥିବା ଫଟୋ ଅନୁଯାୟୀ, ଚନ୍ଦ୍ର ପୃଷ୍ଠରେ ଅନ୍ଧକାର ଥିବାବେଳେ ଏହି ଫଟୋ ନିଆଯାଇଛି। ଫଟୋରେ ଚନ୍ଦ୍ରପୃଷ୍ଠରେ ଗାଢ ନୀଳ ରଙ୍ଗ ସହ ସବୁଜ ରଙ୍ଗର ଚିହ୍ନ ମଧ୍ୟ ଦେଖାଯାଉଛି। ସେଠାରେ ଛୋଟ ହଳଦିଆ ରଙ୍ଗର ବସ୍ତୁ ଭାବରେ ଚିହ୍ନଟ ହୋଇଛି ବିକ୍ରମ। ବଡ କଥା ହେଉଛି, ଚନ୍ଦ୍ରୟାନ ୨ ବିଫଳ ହେଲେ ମଧ୍ୟ ଏହାର ଅର୍ବିଟର କକ୍ଷପଥରେ ଘୂରି ବୁଲୁଛି। କ୍ରମାଗତ ଭାବରେ ଯାହା ଇସ୍ରୋକୁ ଫଟୋ ପଠାଉଛି।

Share