ମାନବତା ପାଇଁ ଚନ୍ଦ୍ରାୟନ-୩ ଏକ ବଡ଼ ସଫଳତା: ଜାତିସଂଘ

କାଲଫର୍ନିଆ,୨୪।୮: ମିଳିତ ଜାତିସଂଘର ଶୀର୍ଷ ନେତୃତ୍ୱ ଚନ୍ଦ୍ରାୟନ-୩ର ସଫଳତା ପାଇଁ ଇସ୍ରୋ ଏବଂ ଭାରତକୁ ଅଭିନନ୍ଦନ ଜଣାଇ ଏହାକୁ ମାନବତା ପାଇଁ ଏକ ପ୍ରମୁଖ ସଫଳତା ବୋଲି କହିଛନ୍ତି। ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ପ୍ରଥମ ମହାକାଶ ମିଶନ ହୋଇଛି। ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ସହଯୋଗୀ ମୁଖପାତ୍ର ଫ୍ଲୋରେନ୍ସିଆ ସୋଟୋ ନିନୋ ଭାରତର ଏହି ମିଶନକୁ ଅତ୍ୟନ୍ତ ରୋମାଞ୍ଚକର ବୋଲି ବର୍ଣ୍ଣନା କରିଛନ୍ତି।
ନିନୋ କହିଛନ୍ତି, ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶଯାନ ଅବତରଣ କରିଥିବା ପ୍ରଥମ ଦେଶ ହୋଇଥିବାରୁ ଆମେ ନିଶ୍ଚିତ ଭାବେ ଭାରତକୁ ଅଭିନନ୍ଦନ ଜଣାଉଛୁ। ଏହା ଏକ ବଡ଼ ସଫଳତା, ଯାହାକୁ ବିଶ୍ୱର ଅନେକ ଲୋକ ଦେଖିଥିଲେ।
ସୂଚନାଯୋଗ୍ୟ, ଭାରତର ତୃତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରୟାନ-୩କୁ ମିଳିଛି ବିରଳ ସଫଳତା। ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଖୁସିର ଲହରି ଖେଳିଯାଇଛି।

Share