Categories: ଜାତୀୟ

୨୦୨୩ ମଧ୍ୟଭାଗରେ ଆରମ୍ଭ ହୋଇପାରେ ଚନ୍ଦ୍ରାୟନ-୩, ଆଦିତ୍ୟ-ଏଲ୍‌-୧: ଇସ୍ରୋ…

ବେଙ୍ଗାଲୁରୁ,୨୨।୩ : ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଙ୍ଶନ (ଇସ୍ରୋ)ର ଅଧ୍ୟକ୍ଷ ଏସ ସୋମନାଥ ବୁଧବାର କହିଛନ୍ତି ଯେ ଚଳିତ ବର୍ଷ ମଧ୍ୟଭାଗରେ ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରାୟନ-୩ ଏବଂ ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-୧ ଆରମ୍ଭ ହୋଇପାରେ। ଫିଜିକାଲ ରିସର୍ଚ୍ଚ ଲାବୋରେଟୋରୀ ଦ୍ୱାରା ଆୟୋଜିତ ଚତୁର୍ଥ ଇଣ୍ଡିଆନ ପ୍ଲାନେଟାରୀ ସାଇନ୍ସ କନଫେରନ୍ସରେ ‘ ଇଣ୍ଡିଆନ କାପାବିଲିଟିଜ ଫର ସ୍ପେସ ଆଣ୍ଡ ପ୍ଲାନେଟାରୀ ଏକ୍ସପ୍ଲୋରେସନ‘ ପ୍ରସଙ୍ଗରେ କଥା ହେବାବେଳେ ଏସ ସୋମନାଥ ଏହି ସୂଚନା ଦେଇଛନ୍ତି।

ସୋମନାଥ କହିଛନ୍ତି ଯେ ଚନ୍ଦ୍ରାୟନ-୩ ମିଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ତଥାପି କିଛି କାମ କରିବାକୁ ବାକି ଅଛି, କିନ୍ତୁ ଅନେକ ପରୀକ୍ଷା ପରେ, ଆମେ ମିଶନ ବିଷୟରେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇଛୁ। ଆଦିତ୍ୟ-ଏଲ୍‌-୧ ମିଶନ ଏକ ସ୍ବତନ୍ତ୍ର ମିଶନ ହେବ ଯାହା ସୂର୍ଯ୍ୟଙ୍କ କାର୍ଯ୍ୟକଳାପକୁ ବିଶ୍ଳେଷଣ କରିବ । ଏହି ମିଶନ ପାଇଁ ଯନ୍ତ୍ରଗୁଡ଼ିକ ପୂର୍ବରୁ ପଠାଯାଇଛି, ବର୍ତ୍ତମାନ ଇସ୍ରୋ ଉପଗ୍ରହ ଏହି ଯନ୍ତ୍ରଗୁଡ଼ିକୁ ଏକତ୍ର କରିବାରେ ନିୟୋଜିତ ହେବ।

Share