ଚନ୍ଦ୍ରୟାନ-୩ କେବଳ ଭାରତର ସଫଳତା ନୁହେଁ, ଏହା ସମଗ୍ର ବିଶ୍ୱର ସଫଳତା: ମୋଦି

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୪।୮: ଚନ୍ଦ୍ରାୟନ-୩ କେବଳ ଭାରତର ସଫଳତା ନୁହେଁ, ଏହା ସମଗ୍ର ବିଶ୍ୱର ସଫଳତା ବୋଲି ଜୋହାନ୍ସବର୍ଗରେ ଅନୁଷ୍ଠିତ ୧୫ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ଚନ୍ଦ୍ରୟାନ-୩ ମିଶନର ସଫଳତା ଉପରେ ମୋଦି କହିଛନ୍ତି, ଆମ ପାଇଁ ଗର୍ବର ବିଷୟ ଯେ ଏହି ସଫଳତାକୁ ସମଗ୍ର ମାନବତା ପାଇଁ ଏକ ସଫଳତା ଭାବରେ ଗ୍ରହଣ କରାଯାଉଛି। ମୁଁ ଏହି ଐତିହାସିକ ମୁହୂର୍ତ୍ତରେ ଆମର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ପାଇଁ ବିଶ୍ୱର ବୈଜ୍ଞାନିକ ସମୁଦାୟକୁ ଧନ୍ୟବାଦ ଦେଉଛି।
ବ୍ରିକ୍ସ ସମିଟ୍‌ ପାଇଁ ଦକ୍ଷିଣ ଆଫ୍ରିକାରେ ଥିବା ପ୍ରଧାନମନ୍ତ୍ରୀ ଚନ୍ଦ୍ରୟାନ-୩ର ଅବତରଣ ଉଦ୍ୟମକୁ ଭର୍ଚୁଆଲି ଦେଖିଥିଲେ। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଇସ୍ରୋ ଓ ଏହାର ବୈଜ୍ଞାନିକମାନଙ୍କୁ ହୃଦୟଭରା ଅଭିନନ୍ଦନ ଜଣାଇଛନ୍ତି। ସେ ଦକ୍ଷିଣ ଆଫ୍ରିକାରେ ଥାଇପାରନ୍ତି, ହେଲେ ତାଙ୍କ ହୃଦୟ ସବୁବେଳେ ଚନ୍ଦ୍ରୟାନ ମିଶନ ସହ ରହିଛି ବୋଲି ଦକ୍ଷିଣ ଆଫ୍ରିକାରେ ଭର୍ଚୁଆଲି ଉଦ୍‌ବୋଧନ ଦେଇ ମୋଦି କହିଥିଲେ।

Share