Categories: ଜାତୀୟ

ଚନ୍ଦ୍ରପୃଷ୍ଠରୁ ‘ପ୍ରଜ୍ଞାନର’ ମେସେଜ, “ନମସ୍କାର ପୃଥିବୀବାସୀ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରାୟାନ ୩ ର ସଦ୍ୟତମ ସୂଚନା ଟ୍ବିଟର ହ୍ୟାଣ୍ଡେଲରେ ଶେୟାର କରିଛି। ପୃଥିବୀବାସୀଙ୍କ ପାଇଁ ପ୍ରଜ୍ଞାନ ରୋଭରର ମେସେଜ ପଠାଇଛି। ଯାହାକୁ ଇସ୍ରୋ ଏକ୍ସ(ଟ୍ବିଟର)ରେ ପୋଷ୍ଟ କରିଛି। ପ୍ରଜ୍ଞାନ କହିଛି, ନମସ୍କାର ପୃଥିବୀବାସୀ! ମୁଁ #ଚନ୍ଦ୍ରାୟାନ୩ ର ପ୍ରଜ୍ଞାନ ରୋଭର। ଆଶା କରୁଛି ଆପଣ ସମସ୍ତେ ଭଲରେ ଅଛନ୍ତି। ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୁଁ ଖୁବଶୀଘ୍ର ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବାକୁ ଯାଉଛି। ମୁଁ ଏବଂ ମୋର ବନ୍ଧୁ ବିକ୍ରମ ଲ୍ୟାଣ୍ଡର୍‌ ଯୋଗାଯୋଗରେ ଅଛୁ। ଆମେ ସଠିକ ଭାବେ କାର୍ଯ୍ୟ କରୁଛୁ। ଆଗକୁ ବହୁତ ଶୀଘ୍ର ଭଲ ଖବର ଆସିବାକୁ ଯାଉଛି।

ସୂଚନାଯୋଗ୍ୟ, ଚନ୍ଦ୍ରଯାନର ରୋଭର ପ୍ରଜ୍ଞାନ ଏବେ ଦକ୍ଷିଣ ମେରୁରେ ବୁଲି ବୁଲି ତଥ୍ୟ ସଂଗ୍ରହ କରୁଛି। ସୋମବାର ଇସ୍ରୋ ଟ୍ବିଟ୍‌ କରି କହିଥିଲା ଯେ, ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଚାରି ମିଟର ବ୍ୟାସ ଓ ୧୦୦ମିଲମିଟର ଗଭୀରର ଗର୍ତ୍ତରେ ପଡିବାକୁ ଯାଉଥିଲା। ତେବେ ଏହାକୁ ଇସ୍ରୋ ବୈଜ୍ଞାନିକ ଆଗୁଆ ଜାଣିପାରି ପ୍ରଜ୍ଞାନର ଗତିପଥ ପରିବର୍ତ୍ତନ କରିଥିଲେ।

Share