Categories: ଜାତୀୟ

ଶେଷ କିଛି ମିନିଟ୍‌ ଛାତି ଧଡ଼ଧଡ଼

ନୂଆଦିଲ୍ଲୀ,୨୩ା୮: ଭାରତର ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଲାଗି ଉଦ୍ୟମ କରିବ। ଏହି ଶେଷ କିଛି ମିନିଟ୍‌ ସବୁଠୁ କଠିନ ସମୟ ହୋଇଥିଲାବେଳେ ସାରା ଦେଶର ଛାତି ଧଡ଼ଧଡ଼ ହେବ ବୋଲି କୁହାଯାଉଛି। ଏହା କଡ଼ା ମୁକାବିଲା ଟ୍ବେଣ୍ଟି-୨୦ ମ୍ୟାଚ୍‌ର ଉତ୍କଣ୍ଠାପୂର୍ଣ୍ଣ ଅନ୍ତିମ ପର୍ଯ୍ୟାୟ ଭଳି। ରୋଭର ପ୍ରଜ୍ଞାନ ସହ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରି ଇତିହାସ ସୃଷ୍ଟି କରିବାକୁ ଯାଉଛି। ଜୁଲାଇ ୧୪ରେ ଇସ୍ରୋର ବାହୁବଳୀ ରକେଟ ମାର୍କ-୩ ସହାୟତାରେ ଚନ୍ଦ୍ରୟାନ-୩କୁ କକ୍ଷପଥରେ ପହଞ୍ଚାଯାଇଥିଲା। ଏହା ପୃଥିବୀକୁ ଅଣ୍ଡାକୃତି କକ୍ଷପଥରେ ଏକାଧିକ ଥର ପରିକ୍ରମା କରିବା ସହ ବେଗ ବଢ଼ାଇଥିଲା। ଅଗଷ୍ଟ ୧ରେ ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା କରି ୫ରେ ଏହାର କକ୍ଷପଥରେ ପହଞ୍ଚତ୍ଥିଲା। ଏହା ଚନ୍ଦ୍ରକୁ ପରିକ୍ରମା କରିବା ସହ ଏକାଧିକ କକ୍ଷପଥ ଓ ବେଗ ହ୍ରାସ କରାଯାଇଥିଲା। ମଙ୍ଗଳବାର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠଠାରୁ ୭୦ କିଲୋମିଟର ଦୂରତାରେ ରହିଛି। ବୁଧବାର ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ୨୫ କିଲୋମିଟର ଦୂରରେ ପହଞ୍ଚତ୍ବା ପରେ ସଫ୍ଟଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ। ସେତେବେଳେ ଏହାର ବେଗ ସେକେଣ୍ଡ ପ୍ରତି ୧.୬୮ କିଲୋମିଟର ବା ଘଣ୍ଟା ପ୍ରତି ପାଖାପାଖି ୬,୦୪୮ କିଲୋମିଟର ଥିବ। ଏହା ପରେ ଲ୍ୟାଣ୍ଡରରେ ଥିବା ସମସ୍ତ ଇଞ୍ଜିନ୍‌କୁ ଷ୍ଟାର୍ଟ କରାଯାଇ ଏହାର ବେଗକୁ ହ୍ରାସ କରାଯିବ। ତଥାପି ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠ ସହ ସମାନ୍ତରାଳରେ ଥିବ। କେତେକ ମାନୋଭର ଜରିଆରେ ଏହାକୁ ଚନ୍ଦ୍ର ପୃଷ୍ଠ ସହ ଭୂଲମ୍ବ କରାଯିବ। ଚନ୍ଦ୍ରପୃଷ୍ଠଠାରୁ ୮୦୦ ମିଟର ଉଚ୍ଚତାରେ ଲ୍ୟାଣ୍ଡର ପହଞ୍ଚତ୍ବା ପରେ ଉଭୟ ସମାନ୍ତରାଳ ଏବଂ ଭୂଲମ୍ବ ବେଗ ଶୂନ ହୋଇଯିବ ଏବଂ ଚନ୍ଦ୍ର ପୃଷ୍ଠ ଉପରେ ଏହା ଭାସମାନ ଅବସ୍ଥାରେ ରହି ଲ୍ୟାଣ୍ଡିଂ ସ୍ଥାନର ସର୍ଭେ କରିବ। ଏହା ପରେ ୧୫୦ ମିଟର ଉଚ୍ଚତାରେ ପହଞ୍ଚତ୍ବା ପରେ ସବୁଠୁ ଲ୍ୟାଣ୍ଡିଂ ସ୍ଥାନ ଚିହ୍ନଟ କରିବ। ଶେଷରେ ମାତ୍ର ୨ଟି ଇଞ୍ଜିନ ଚାଲୁଥିବାବେଳେ ଏହା ଚନ୍ଦ୍ରପୃଷ୍ଠ ଛୁଇଁବ। ଏହାର ଲେଗ୍‌ଗୁଡ଼ିକୁ ଏଭଳି ଡିଜାଇନ କରାଯାଇଛି ଯାହା ସେକେଣ୍ଡ ପ୍ରତି ୩ ମିଟର ବେଗର ପ୍ରଭାବକୁ ଗ୍ରହଣ କରିପାରିବ। ଲେଗ୍‌ର ସେନ୍‌ସର ଚନ୍ଦ୍ରପୃଷ୍ଠ ଛୁଇଁବା ଅନୁଭବ କରିବା ପରେ ଏହାର ଇଞ୍ଜିନଗୁଡ଼ିକ ବନ୍ଦ ହୋଇଯିବ ଓ ୨୦ ମିନିଟ୍‌ ଉତ୍କଣ୍ଠାର ଅବସାନ ଘଟିବ।

Share