Categories: ଜାତୀୟ

ଚନ୍ଦ୍ରାୟନ-୩ ଉତକ୍ଷେପଣ: ଗୁରୁବାର ଅପରାହ୍ନ ୧ଟାରୁ କାଉଣ୍ଟ ଡାଉନ ଆରମ୍ଭ…

ଶ୍ରୀହରିକୋଟା,୧୩।୭ : ଚନ୍ଦ୍ରାୟନ-୩ ମିଶନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଅପରାହ୍ନ ୧ ଟାରୁ କାଉଣ୍ଟଡାଉନ ଆରମ୍ଭ ହେବ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଆଇଏସଆରଓ) ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଜୁଲାଇ ୧୪ ଶୁକ୍ରବାର ଅପରାହ୍ନ ୨ଟା ୩୫ରେ ଚନ୍ଦ୍ରାୟନର ତୃତୀୟ ମିଶନ ଉତ୍‌କ୍ଷେପଣ କରିବ।

ବୈଜ୍ଞାନିକ ସଚିବ ଶାନ୍ତନୁ ଭଟୱାଡେକରଙ୍କ ସହ ଏକ ବୈଜ୍ଞାନିକ ଦଳ ଗୁରୁବାର ଦିନ ଆନ୍ଧ୍ରପ୍ରଦେଶର ତିରୁପତି ଭେଙ୍କଟାଚାଲାପତି ମନ୍ଦିର ପରିଦର୍ଶନ କରି ମିଶନର ସଫଳତା ପାଇଁ ପ୍ରାର୍ଥନା କରିଥିଲେ।
ଚନ୍ଦ୍ରାୟନ -୩ ମହାକାଶଯାନ, ଯାହାକି ଏଲଭିଏମ-୩ (ଲଞ୍ଚ ଯାନ ମାର୍କ -୩) ଦ୍ୱାରା ଉତକ୍ଷେପଣ ହେବ। ଏହା ତିନୋଟି ମଡ୍ୟୁଲ- ପ୍ରପୁଲଶନ, ଲ୍ୟାଣ୍ଡର ଏବଂ ରୋଭରର ଏକ ମିଶ୍ରଣ । ରୋଭର ଚନ୍ଦ୍ର ପୃଷ୍ଠକୁ ଅଧ୍ୟୟନ କରିବ ଏବଂ ଏହା ଲ୍ୟାଣ୍ଡର ଭିତରେ ସ୍ଥାପିତ।

Share