Categories: ଜାତୀୟ

ଜୁଲାଇ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଚନ୍ଦ୍ରାୟନ-୩ ଲଞ୍ଚ …

ହାଇଦ୍ରାବାଦ,୨୨।୫ : ଉଚ୍ଚାଭିଳାଷୀ ମିଶନ ଅଧୀନରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଜୁଲାଇ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଚନ୍ଦ୍ରାୟନ-୩ ଲଞ୍ଚ କରିପାରେ। ମହାକାଶଯାନ ସହିତ ଜଡିତ ସମସ୍ତ ଆବଶ୍ୟକୀୟ ପରୀକ୍ଷା ସଫଳତାର ସହିତ ସମାପ୍ତ ହୋଇଛି। ମହାକାଶଯାନରେ ପେଲୋଡ ସଂଲଗ୍ନ କରିବାର ପ୍ରକ୍ରିୟା ୟୁଆର ରାଓ ସାଟେଲାଇଟ ସେଣ୍ଟରରେ ଶେଷ ପର୍ଯ୍ୟାୟରେ ଅଛି। ଇସ୍ରୋ ମଧ୍ୟ ସିଇ-୨୦ କ୍ରାୟୋଜେନିକ ଇଞ୍ଜିନ ପାଇଁ ଆବଶ୍ୟକ ହଟ ଟେଷ୍ଟ ସମାପ୍ତ କରିଛି ।

ଇସ୍ରୋର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଜୁଲାଇ ଆରମ୍ଭରେ ଗାଡି ଲଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ଅନ୍ତିମ ତାରିଖ ସ୍ଥିର ହୋଇନାହିଁ । ଚନ୍ଦ୍ରାୟନ କାର୍ଯ୍ୟକ୍ରମର ଏହି ତୃତୀୟ ମହାକାଶଯାନକୁ ଦେଶର ଓଜନିଆ ଉତକ୍ଷେପଣ ଯାନ ଜିଏସଏଲଭିଏମକେ-୩ ଦ୍ୱାରା ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଉତକ୍ଷେପଣ କରାଯିବ। ଉଲ୍ଲେଖନୀୟ କଥା ହେଉଛି, ଚଳିତ ବର୍ଷ ମାର୍ଚ୍ଚରେ ଚନ୍ଦ୍ରାୟଣ -୩ ଲଞ୍ଚରେ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ପରୀକ୍ଷଣକୁ ସଫଳତାର ସହ ସମାପ୍ତ କରିଥିଲେ।

ଚନ୍ଦ୍ରାୟଣ -୩ ମଧ୍ୟ ବୈଜ୍ଞାନିକ ଉପକରଣ ବହନ କରିବ । ଏହା ମାଧ୍ୟମରେ ଧୂଳି, ଭଙ୍ଗା ପଥର ଏବଂ ଅନ୍ୟାନ୍ୟ ସାମଗ୍ରୀର ଥର୍ମୋ-ଭୌତିକ ଗୁଣ, ଭୂକମ୍ପ ସମ୍ଭାବନା, ପ୍ଲାଜମା ପରିବେଶ ଏବଂ ଚନ୍ଦ୍ର ପୃଷ୍ଠର ମୌଳିକ ରଚନା ଅଧ୍ୟୟନ କରାଯିବ ।

ପ୍ରୋପେଲର ଯାନକୁ ପୃଥିବୀର କକ୍ଷପଥରୁ ଚନ୍ଦ୍ରର କକ୍ଷପଥକୁ ଗତି କରିବ । ଲ୍ୟାଣ୍ଡର ଯାନର ଏକ ସୁରକ୍ଷିତ ଅବତରଣ କରିବ। ରୋଭର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଏବଂ ସାମଗ୍ରୀ ସଂଗ୍ରହ କରି ପୃଥିବୀର ଏକ କେନ୍ଦ୍ରକୁ ପଠାଇବ ।

Share