Categories: ଜାତୀୟ

ଜହ୍ନକୁ ଗଲା ଚନ୍ଦ୍ରୟାନ-୩

ନୂଆଦିଲ୍ଲୀ, ୧୪।୭: ଇତିହାସ ରଚିଲା ଇସ୍ରୋ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଉତ୍‌ପେକ୍ଷଣ ହେଲା ଚନ୍ଦ୍ରୟାନ-୩। ୨.୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଚନ୍ଦ୍ରୟାନ-୩ର ଯାତ୍ରା ଆରମ୍ଭ ହୋଇଛି। ଯଦି ଚନ୍ଦ୍ରୟାନ-୩ ଚନ୍ଦ୍ର ପୃଷ୍ଠରେ ଏକ ସୁରକ୍ଷିତ ଅବତରଣ କରେ, ତେବେ ଭାରତ ବିଶ୍ୱରେ ଏକ ବଡ଼ ରେକର୍ଡ ହାସଲ କରିବ।
ଏଲଭିଏମ-୩ ରକେଟ ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଛି । ୪୩.୫ ମିଟର ଏଲ୍‌ଭିଏମ-୩ ଲଞ୍ଚ ରକେଟ୍‌ ଚନ୍ଦ୍ରୟାନକୁ ପ୍ରଥମେ ଏକ ଅର୍ଦ୍ଧବୃତ୍ତାକାର ପୃଥିବୀ କକ୍ଷପଥକୁ ପଠାଇବା ପରେ ଚନ୍ଦ୍ରୟାନ ତା’ର ଗତିପଥରେ ଅଗ୍ରସର ହୋଇ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିବା ଆଶା କରାଯାଉଛି।

Share