Categories: ଜାତୀୟ

ଚନ୍ଦ୍ରାୟାନ-୩ର ସଫଳତାକୁ ନେଇ ‘ମହାକ୍ୱିଜ ପ୍ରତିଯୋଗିତା’ର ଘୋଷଣା କଲେ କେନ୍ଦ୍ର ସରକାର, ଜାଣନ୍ତୁ ପ୍ରତିଯୋଗିତାରେ କିପରି ନେବେ ଭାଗ

ନୂଆଦିଲ୍ଲୀ,୫।୯: ଚନ୍ଦ୍ରାୟାନ ୩ର ସଫଳ ଅବତରଣ ପରେ ସାରା ବିଶ୍ୱରେ ଇତିହାସ ରଚିଛି ଭାରତ। ତେବେ ଏହାକୁ ନେଇ ଭାରତ ସରକାର ମହାକ୍ୱିଜ ପ୍ରତିଯୋଗିତା ଆରମ୍ଭ କରିବାକୁ ଯାଉଛନ୍ତି। ଏନେଇ ‘ମାଇଗମେଣ୍ଟଇଣ୍ଡିଆ’ ହ୍ୟାଣ୍ଡେଲରେ ଏକ୍ସ ପେଜରେ ଏକ ପୋଷ୍ଟ ଶେୟାର କରାଯାଇଛି। ପୋଷ୍ଟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଚନ୍ଦ୍ରାୟାନ ଯାତ୍ରାକୁ ଶୁଭେଚ୍ଛା ଚନ୍ଦ୍ରାୟାନ-୩ର ମହାକ୍ୱିଜ୍‌ ପ୍ରତିଯୋଗିତା କରିବା ନେଇ ଘୋଷଣା କରିଛି।

ସେହିପରି ଇସ୍ରୋ ମଧ୍ୟ ଟ୍ବିଟରରେ ଏନେଇ ସୂଚନା ଦେଇଛି। ସବୁ ଭାରତୀୟ ନାଗରିକ https://isroquiz.mygov.in ଲିଙ୍କ୍‌କୁ ଯାଇ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।

ଏଥିରେ ଭାଗ ନେଇ ଚନ୍ଦ୍ରାୟାନ ୩ ବିଷୟରେ ସାଧାରଣ ଜ୍ଞାନର ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇପାରିବେ। ଏହି ପ୍ରତିଯୋଗିତାରେ ବିଜେତାଙ୍କୁ ୧ଲକ୍ଷ ଟଙ୍କା ପୁରସ୍କାର ଦିଆଯିବା ନେଇ ଘୋଷଣା ହୋଇଛି। ଏଥି ସହିତ, ମାଇଗମେଣ୍ଟଇଣ୍ଡିଆ ମହାକ୍ୱିଜରେ କିପରି ଅଂଶଗ୍ରହଣ କରିବେ ସେ ସମ୍ବନ୍ଧରେ ଏକ ଭିଡିଓ ଶେୟାର କରିଛି।

Share