Categories: ଜାତୀୟ

ଜୁଲାଇ ୧୪ରେ ଲଞ୍ଚ ହେବ ଚନ୍ଦ୍ରାୟନ ୩

ନୂଆଦିଲ୍ଲୀ,୬।୭: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଚନ୍ଦ୍ରାୟନ ୩ର ଲଞ୍ଚିଂ ଡେଟ ଘୋଷଣା କରିଛି। ଇସ୍ରୋ ଟୁଇଟ କରି ଏହି ସୂଚନା ଦେଇଛି। ଟୁଇଟରେ କୁହାଯାଇଛି କି ଚନ୍ଦ୍ରାୟନ ୩ ଜୁଲାଇ ୧୪ରେ ଦିନ ୨ଟା ୩୫ରେ ଲଞ୍ଚ କରାଯିବ।

ଇସ୍ରୋ ଟୁଇଟରରେ ଲେଖିଛି, ଚନ୍ଦ୍ରାୟନ ୩ର ପ୍ରକ୍ଷେପଣ ଘୋଷଣା। LVM3-M4 / Chandrayaan-3 ମିଶନର ଲଞ୍ଚିଂ ଧାର୍ଯ୍ୟ ହୋଇଛି । ଏହା ୧୪ ଜୁଲାଇ ୨୦୨୩ ରେ ଅପରାହ୍ନ୨ଟା ୩୫ରେ ଏସଡିଏସସି, ଶ୍ରୀହାରିକୋଟାରୁ କରାଯିବ। ଏଥି ସହିତ, ଚନ୍ଦ୍ରାୟନ ମିଶନକୁ ନେଇ ଚେୟାରମ୍ୟାନ ସୋମନାଥ ଏସ କହିଛନ୍ତି ଯେ ଅଗଷ୍ଟ ୨୩ କିମ୍ବା ଅଗଷ୍ଟ ୨୪ରେ ଚନ୍ଦ୍ର ଉପରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିବ।
ଏହାପୂର୍ବରୁ, ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରେ ବୁଧବାର (୫ ଜୁଲାଇ) ରେ ଏହାର ନୂତନ ଲଞ୍ଚ ରକେଟ LVM-3 ସହିତ ଚନ୍ଦ୍ରୟାନ -୩ ମହାକାଶଯାନକୁ ସଂଯୋଗ କରିଥିଲା। ଚନ୍ଦ୍ରଯାନ-୨ ପରେ ଚଳିତ ମାସରେ ଚନ୍ଦ୍ରଯାନ-୩ ଲଞ୍ଚ ହେବାକୁ ଯାଉଛି, ଯାହା ଚନ୍ଦ୍ର ପୃଷ୍ଠରେ ଉପକରଣ ସୁରକ୍ଷିତ ଭାବରେ ଅବତରଣ କରିବା ଏବଂ ଅନୁସନ୍ଧାନ କାର୍ଯ୍ୟ କରିବ।

Share