Categories: ଜାତୀୟ

ଚନ୍ଦ୍ରୟାନ-୩ ଅବତରଣ କରିଥିବା ସ୍ଥାନକୁ ‘ଶିବ ଶକ୍ତି’, ଚନ୍ଦ୍ରୟାନ-୨ ଅବତରଣ କରିଥିବା ସ୍ଥାନକୁ ‘ତ୍ରିରଙ୍ଗା’ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇସ୍ରୋ ଗସ୍ତରେ ଅଛନ୍ତି। ଯେଉଁଠାରେ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଭେଟି ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଚନ୍ଦ୍ରରେ ଯେଉଁଠାରେ ଭାରତର ଚନ୍ଦ୍ରୟାନ-୩ ଅବତରଣ କରିଛି, ତାହାର ନାମ ‘ଶିବ ଶକ୍ତି’ ନାମରେ ପରିଚିତ ହେବ। ଦୁଇ ଦେଶ ଗସ୍ତ ପରେ ଭାରତ ଫେରିଥିବା ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କୌଣସି ସଫଳତା ଚୂଡାନ୍ତ ନୁହେଁ, ତେଣୁ ଯେଉଁଠାରେ ଆମର ଚନ୍ଦ୍ରୟାନ-୨ର ପାଦଚିହ୍ନ ପଡ଼ିଥିଲା ସେହି ସ୍ଥାନ ଆଜିଠାରୁ ‘ତ୍ରିରଙ୍ଗା’ ପଏଣ୍ଟ ଭାବରେ ପରିଚିତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ‘ତ୍ରିରଙ୍ଗା’ ପଏଣ୍ଟ ଭାରତର ପ୍ରତ୍ୟେକ ପ୍ରୟାସ ପାଇଁ ପ୍ରେରଣା ହେବ, ଏହି ‘ତ୍ରିରଙ୍ଗା’ ପଏଣ୍ଟ ଆମକୁ ଶିକ୍ଷା ଦେବ ଯେ, କୌଣସି ବିଫଳତା ନାହିଁ।

Share