Categories: ଜାତୀୟ

ଇତିହାସ ରଚିବାକୁ ପ୍ରସ୍ତୁତ ଭାରତ, ଆଜି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ପୋଲରେ ହେବ ‘ସଫ୍ଟ ଲ୍ୟାଣ୍ଡିଙ୍ଗ୍‌’

ନୂଆଦିଲ୍ଲୀ,୨୩।୮: ମହାକାଶ ଜଗତରେ ଇତିହାସ ସୃଷ୍ଟି କରିବାକୁ ଭାରତ ପ୍ରସ୍ତୁତ ରହିଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ତୃତୀୟ ଚନ୍ଦ୍ର ମିଶନର ଅଧୀନରେ ଚନ୍ଦ୍ରୟାନ -୩ ର ଲ୍ୟାଣ୍ଡର ମଡ୍ୟୁଲ (ଏଲଏମ୍‌) ବୁଧବାର ସନ୍ଧ୍ୟା ୬.୦୪ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଏହା କରି ଭାର ଦକ୍ଷିଣ ପୋଲରେ ପହଞ୍ଚିବାରେ ବିଶ୍ୱର ପ୍ରଥମ ଦେଶ ଭାବରେ ଇତିହାସ ସୃଷ୍ଟି କରିବ।
ଆମେରିକା, ପୂର୍ବତନ ସୋଭିଏତ୍‌ ସଂଘ ଏବଂ ଚାଇନା ଚନ୍ଦ୍ର ପୃଷ୍ଠରେ ‘ସଫ୍ଟ ଲ୍ୟାଣ୍ଡିଙ୍ଗ୍‌’ କରିଛନ୍ତି କିନ୍ତୁ ଚନ୍ଦ୍ରର ଦକ୍ଷିଣ ପୋଲାର ଅଞ୍ଚଳରେ ସେମାନଙ୍କର‘ସଫ୍ଟ ଲ୍ୟାଣ୍ଡିଙ୍ଗ୍‌’ହୋଇନାହିଁ।

Share