Categories: ଜାତୀୟ

ଅଗଷ୍ଟ ୨୩କୁ ‘ଜାତୀୟ ମହାକାଶ ଦିବସ’ ଭାବରେ ପାଳନ କରାଯିବ: ମୋଦି

ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରୟାନ ମିଶନରେ ଜଡିତ ବୈଜ୍ଞାନିକମାନଙ୍କୁ ଭେଟିବା ପାଇଁ ବେଙ୍ଗାଲୁରୁର ଇସ୍ରୋରେ ପହଞ୍ଚିଛନ୍ତି। ଚନ୍ଦ୍ରୟାନ-୩ର ଚନ୍ଦ୍ରରେ ସଫଳ ଅବତରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଏସଆର ଦଳର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି, ୨୩ ଅଗଷ୍ଟକୁ ‘ଜାତୀୟ ମହାକାଶ ଦିବସ’ ଭାବରେ ପାଳନ କରାଯିବ।

ଇସ୍ରୋର ବୈଜ୍ଞାନିକମାନଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଅଗଷ୍ଟ ୨୩ ମୋ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଚନ୍ଦ୍ରୟାନ-୩ ଚନ୍ଦ୍ରରେ ଅବତରଣ କରିବାରେ ଦେଶ ଇତିହାସ ରଚିଛି। ଏହି ଦୃଶ୍ୟକୁ କେବେ ବି ଭୁଲି ହେବନାହିଁ। କିଛି ସ୍ମୃତି ଅମର ହୋଇରହେ।

Share