Categories: ଜାତୀୟ

ଚନ୍ଦ୍ରାୟନ-୩ ବୈଜ୍ଞାନିକଙ୍କୁ ୧୭ ମାସ ହେଲା ମିଳିନି ଦରମା: ଦିଗବିଜୟ ସିଂ…

ନୂଆଦିଲ୍ଲୀ,୨୩।୮ : ଭାରତ ଏହାର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରାୟନ -୩ ମାଧ୍ୟମରେ ଇତିହାସ ସୃଷ୍ଟି କରିବାକୁ କିଛି ଘଣ୍ଟା ଦୂରରେ । ଚନ୍ଦ୍ରାୟନ ୩ ଆଜି ସା ୬ଟା ୪ରେ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବ ବୋଲି ଆଶା କରାଯାଉଛି । ଏହି ମିଶନ ନେଇ ଇସ୍ରୋରବୈଜ୍ଞାନିକମାନେ ସର୍ବତ୍ର ପ୍ରଶଂସିତ ହେଉଛନ୍ତି ।

ଏହି ସମୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ଦିଗବିଜୟ ସିଂ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଚନ୍ଦ୍ରାୟନ ମିଶନକୁ ସଫଳ କରିବାକୁ ଚେଷ୍ଟା କରିଥିବା ବୈଜ୍ଞାନିକମାନେ ୧୭ମାସ ହେଲା ଦରମା ପାଇ ନାହାଁନ୍ତି।

ସେ କହିଛନ୍ତି ଆମର ଇସ୍ରୋ ବୈଜ୍ଞାନିକମାନେ ଚନ୍ଦ୍ରାୟନ-୩କୁ ଚନ୍ଦ୍ରରେ ଅବତରଣ କରିବା ପାଇଁ ଏକ ସଫଳ ପ୍ରୟାସ କରିଛନ୍ତି। ଆମେ ପ୍ରାର୍ଥନା କରୁଛୁ ଚନ୍ଦ୍ରାୟନଙ୍କ ସଫଳ ଅବତରଣ ହେଉ। କିନ୍ତୁ ଏହି କାର୍ଯ୍ୟ କରିଥିବା ବୈଜ୍ଞାନିକମାନେ ୧୭ ମାସ ଧରି ଦରମା ପାଇ ନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପ୍ରତି ଧ୍ୟାନ ଦେବା ଉଚିତ।

Share