Categories: ଜାତୀୟ

ସାମ୍ନାକୁ ଆସିଲା ଚନ୍ଦ୍ରର ଖୁବ ନିକଟରୁ ଉଠାଯାଇଥିବା ଫଟୋ

ନୂଆଦିଲ୍ଲୀ,୧୮।୮: ଭାରତର ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ ଚନ୍ଦ୍ରୟାନ ଧୀରେ ଧୀରେ ଏହାର ଲକ୍ଷ୍ୟର ନିକଟତର ହେବାକୁ ଯାଉଛି। ଗୁରୁବାର ଲ୍ୟାଣ୍ଡର୍‌ ଏବଂ ରୋଭରଠାରୁ ଅଲଗା ହୋଇଥିବା ପ୍ରୋପଲଶନ ମଡ୍ୟୁଲ ପରେ ଏକ ସୁନ୍ଦର ଚିତ୍ର ପଠାଇଛି। ଇସ୍ରୋ ଦ୍ୱାରା ଜାରି କରାଯାଇଥିବା ଏହି ଫଟୋ ଓ ଭିଡିଓ ଲ୍ୟାଣ୍ଡର ଇମେଜର୍‌ କ୍ୟାମେରା -୧ରୁ କ୍ୟାପଚର ହୋଇଛି।
ଏଥି ସହିତ, ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଚନ୍ଦ୍ରାୟନ -୩ ର ଲ୍ୟାଣ୍ଡର ପୋଜିସନ ଡିଟେକସନ କ୍ୟାମେରା (ଏଲପିଡିସି) ଦ୍ୱାରା ନିଆଯାଇଥିବା ଚନ୍ଦ୍ରର ଆଉ ଏକ ଚିତ୍ର ପ୍ରକାଶ କରିଛି ଯାହା ଅଗଷ୍ଟ ୧୫ରେ ଗାଡି ଉଠାଯାଇଥିଲା।
ସୂଚନାଯୋଗ୍ୟ, ଚନ୍ଦ୍ରୟାନ ଅଗଷ୍ଟ ୧୭ ଅର୍ଥାତ୍‌ ଗୁରୁବାର ଲ୍ୟାଣ୍ଡର ଏବଂ ରୋଭରରୁ ପ୍ରୋପଲିସନ ମଡ୍ୟୁଲ ଅଲଗା କରିଥିଲା। ଏହା ସହିତ ଚନ୍ଦ୍ରୟାନର ରୋଭର ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବାକୁ ଦ୍ରୁତ ଗତିରେଆଗକୁ ବଢୁଛି। ଏଭଳି ପରିସ୍ଥିତିରେ ଶୁକ୍ରବାର ମଧ୍ୟ ଏହା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହେବାକୁ ଯାଉଛି। ଲ୍ୟାଣ୍ଡର୍‌ ଏବଂ ରୋଭରରୁ ପ୍ରୋପଲିସନ ମଡ୍ୟୁଲ ଅଲଗା ହେବା ପରେ, ଇସ୍ରୋ କହିଛି ଯେ ଲ୍ୟାଣ୍ଡର ମଡ୍ୟୁଲ ସାଧାରଣ ଭାବରେ କାମ କରୁଛି।

Share