Categories: ଜାତୀୟ

ଦିଲ୍ଲୀର ଏହି ସ୍ଥାନରୁ ଲାଇଭ ଦେଖିହେବ ଚନ୍ଦ୍ରାୟନ ୩ର ସପ୍ଟ ଲ୍ୟାଣ୍ଡିଂ, କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୨୧।୮: ‘ଚନ୍ଦ୍ରୟାନ-୩’ ଅଗଷ୍ଟ ୨୩ରେ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବ। ଜନତା ଏହି ଦୃଶ୍ୟକୁ ଲାଇଭ ଦେଖିପାରିବେ। ସୂଚନାଯୋଗ୍ୟ, ଦିଲ୍ଲୀର ନେହେରୁ ପ୍ଲାନେଟୋରିୟମରେ ଚନ୍ଦ୍ରୟାନ -୩ ରସପ୍ଟ ଲ୍ୟାଣ୍ଡିଂର ଦୃଶ୍ୟ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସହାୟତାରେ ସ୍କାଏ ଥିଏଟରରେ ସିଧା ପ୍ରସାରଣ ହେବ। ଦର୍ଶକକେ ଏହାକୁ ୨ଡି ଭ୍ୟୁରେ ଦେଖିବାକୁ ସକ୍ଷମ ହେବେ।

ଲାଇଭ ଷ୍ଟ୍ରିମିଂ ପାଇଁ ଏଠାରେ ବଡ଼ ପ୍ରୋଜେକ୍ଟର ସ୍କ୍ରିନ ଇନଷ୍ଟଲ କରାଯାଇଛି। ଏହା ବ୍ୟତୀତ ନେହେରୁ ପ୍ଲାନେଟୋରିୟମରେ ୱେବକାଷ୍ଟ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। କେବଳ ଏତିକି ନୁହେଁ, ନେହେରୁ ପ୍ଲାନେଟୋରିୟମକୁ ଆସୁଥିବା ପରିଦର୍ଶକମାନଙ୍କ ପାଇଁ ଚନ୍ଦ୍ରୟାନ -୩ ର ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ମଧ୍ୟ ସ୍ଥାପନ କରାଯାଇଛି। ଏହା ସହିତ ଲୋକମାନେ ଚନ୍ଦ୍ରୟାନଙ୍କ ପ୍ରକୃତ ଗଠନ ଦେଖିପାରିବେ ଏବଂ ଏହା ବିଷୟରେ ଭଲ ଭାବରେ ବୁଝି ପାରିବେ।

Share