Categories: ଜାତୀୟ

‘ଗର୍ବର ବିଷୟ’ ଚନ୍ଦ୍ରୟାନ-୩ ସଫଳତା ଉପରେ ଏସ୍‌ ସୋମନାଥଙ୍କୁ ଚିଠି ଲେଖିଲେ ସୋନିଆ

ନୂଆଦିଲ୍ଲୀ,୨୪।୮: ଚନ୍ଦ୍ରୟାନ-୩ ସଫଳତା ପାଇଁ ସାରା ଦେଶରେ ଖୁସିର ବାତାବରଣ ରହିଛି। ଏହି କ୍ରମରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ସୋନିଆ ଗାନ୍ଧୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଚନ୍ଦ୍ରୟାନ-୩ର ସଫଳ ଅବତରଣ ପରେ ସେ ନିଜ ଖୁସି ବ୍ୟକ୍ତ କରି ଇସ୍ରୋ ଚେୟାରମ୍ୟାନ ଏସ୍‌ ସୋମନାଥଙ୍କୁ ଅଭିନନ୍ଦନ ପତ୍ର ପଠାଇଛନ୍ତି।

ସଭାପତି ସୋନିଆ ଗାନ୍ଧୀ ଇସ୍ରୋ ଚେୟାରମ୍ୟାନ ସୋମନାଥଙ୍କୁ ପଠାଇଥିବା ପତ୍ରରେ ଲେଖିଛନ୍ତି, ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଅଟେ। ଏହା ସମସ୍ତ ଭାରତୀୟଙ୍କ ପାଇଁ, ବିଶେଷ କରି ଯୁବପିଢିଙ୍କ ପାଇଁ ଗର୍ବର ବିଷୟ। ମୁଁ ଏଥିପାଇଁ ଇସ୍ରୋର ସମସ୍ତ ଟିମ୍‌କୁ ଅଭିନନ୍ଦନ ଜଣାଉଛି।

 

Share