Categories: ଜାତୀୟ

ଚନ୍ଦ୍ରାୟାନର ଲ୍ୟାଣ୍ଡିଂ ପରେ ଇସ୍ରୋରେ ଖୁସିର ମାହୋଲ, ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୨୪।୮: ଚନ୍ଦ୍ରରେ ପାଦ ଥାପିଛି ଚନ୍ଦ୍ରାୟାନ ୩। ଗୁରୁବାର ଲ୍ୟାଣ୍ଡର ବିକ୍ରମରୁ ବାହାରି ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠରେ ଓହ୍ଲାଇଛି। ଏନେଇ ଇସ୍ରୋ ପକ୍ଷରୁ ଟ୍ବିଟ୍‌ କରାଯାଇଛି। ଭାରତର ୧୪୦କୋଟି ନାଗରିକ ଏନେଇ ଖୁସି ବ୍ୟକ୍ତ କରିଛନ୍ତି। ସେହିପରି ବିଦେଶରୁ ମଧ୍ୟ ପ୍ରଶଂସାର ସୁଅ ଛୁଟୁଛି। ତେବେ ବିକ୍ରମର ଲ୍ୟାଣ୍ଡିଂ ପରେ ଇସ୍ରୋ ମୁଖ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଇସ୍ରୋ ମୁଖ୍ୟ ଡକ୍ଟର ଏସ ସୋମନାଥ ବେଙ୍ଗାଲୁରୁର ମୁଖ୍ୟାଳୟରେ ତାଙ୍କ ଟିମ୍‌ ସହ ପାର୍ଟିରେ ନାଚୁଥିବାର ନଜର ଆସିଥିଲେ। ଏହି ପାର୍ଟିର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share