Categories: ଜାତୀୟ

ଚନ୍ଦ୍ରୟାନ-୩ ସଫଳତାର ସହ ଅବତରଣ କରିଛି, କିନ୍ତୁ ରାହୁଲୟାନ ଏପର୍ଯ୍ୟନ୍ତ ଲଞ୍ଚ୍‌ କରାଯାଇନାହିଁ: ରାଜନାଥ

ଜୟପୁର,୪।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜସ୍ଥାନର ଜୈସଲମେରରେ ଅନୁଷ୍ଠିତ ଏକ ନgିର୍ବାଚନୀ ରାଲିରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଚନ୍ଦ୍ରୟାନ-୩ ସଫଳତାର ସହ ଅବତରଣ କରିଛି,କିନ୍ତୁ ରାହୁଲୟାନ ଏପର୍ଯ୍ୟନ୍ତ ଲଞ୍ଚ୍‌ ହୋଇନାହିଁ କି ଅବତରଣ କରିନାହିଁ।
କଂଗ୍ରେସର ସହଯୋଗୀ ଡିଏମକେ ନେତା ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ଆଘାତ ଦେଇଛନ୍ତି। କଂଗ୍ରେସ ଏହା ଉପରେ ନୀରବ ରହିଛନ୍ତି। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ମଲିକାର୍ଜୁନ ଖାର୍ଗେ କାହିଁକି ଚୁପ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
ରାଜନାଥ ସିଂ କହିଛନ୍ତି, କଂଗ୍ରେସ ସନାତନ ଧର୍ମ ବିଷୟରେ କ’ଣ ଭାବୁଛି ତାହା ସ୍ପଷ୍ଟ କରୁନାହିଁ ସନାତନ ଧର୍ମକୁ କେବଳ ଉପାସନା ପ୍ରଣାଳୀ ସହିତ ଯୋଡିହେବ ନାହିଁ। ସନାତନ ଧର୍ମ ‘ବସୁଧୈବ କୁଟୁମ୍ବକମ’ର ବାର୍ତ୍ତା ଦେଇଥାଏ ଏବଂ ଏହା ସମଗ୍ର ବିଶ୍ୱରେ ପ୍ରଯୁଜ୍ୟ। ଏହା ଏକ ପରିବାର ଭାବରେ ବିବେଚନା କରାଯାଏ। ଏହାର ଜନ୍ମ ନାହିଁ ଏବଂ ଶେଷ ନାହିଁ। ଷ୍ଟାଲିନ୍‌ଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସମସ୍ତ ଦଳ କ୍ଷମା ମାଗିବା ଉଚିତ୍‌। ନଚେତ୍‌ ଦେଶ ସେମାନଙ୍କୁ କ୍ଷମା କରିବ ନାହିଁ।
ତାମିଲନାଡୁ ସରକାରରେ କ୍ରୀଡ଼ା ମନ୍ତ୍ରୀ ଥିବା ଉଦୟନିଧି ଷ୍ଟାଲିନ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ରୋଗ ସହ ତୁଳନା କରିଥିଲେ। ଏଥିସହ ସେ ସନାତନ ଧର୍ମକୁ ରଦ୍ଦ କରିବାକୁ କହିଥିଲେ।

Share