Categories: ଜାତୀୟ

ଚନ୍ଦ୍ର କକ୍ଷପଥରେ ସଫଳତାର ସହ ସ୍ଥାପିତ ହେଲା ଚନ୍ଦ୍ରାୟନ-୩…

ନୂଆଦିଲ୍ଲୀ,୫।୮ : ଚନ୍ଦ୍ରାୟନ-୩ ଚନ୍ଦ୍ର କକ୍ଷପଥରେ ସଫଳତାରେ ସହ ସ୍ଥାପିତ ହୋଇଛି। ଇସ୍ରୋ ପକ୍ଷରୁ ଏନେଇ ଟୁଇଟ କରି ସୂଚନା ପ୍ରଦାନ କରାଯାଇଛି। ଅଗଷ୍ଟ ୫ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହା ଚନ୍ଦ୍ର କକ୍ଷବଥରେ ସ୍ଥାପିତ ହୋଇଛି। ଏହାପରେ ଅଗଷ୍ଟ ୬ରେ ରାତ୍ର ୧୧ରେ ଏହା ନିର୍ଦ୍ଧାରିିତ ଅପରେଶନରେ ସଂଯୁକ୍ତ ହେବ।

ଯଦି ସବୁକିଛି ଯୋଜନା ଅନୁଯାୟୀ ଚାଲେ ତେବେ ଲ୍ୟାଣ୍ଡର ବିକ୍ରମ ଅଗଷ୍ଟ ୨୩ ରେ ଅପରାହ୍ନ ୫ଟା ୪୭ ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବେ। ଗତଥର ଚନ୍ଦ୍ରାୟନ-୨ ଚନ୍ଦ୍ରର ଦକ୍ଷିଣ ଭାଗରେ ସଠିକ ଭାବରେ ଅବତରଣ କରିପାରି ନ ଥିଲା ଏବଂ ଏହାର ସମ୍ପର୍କ ଇସ୍ରୋ ସହିତ ବିଚ୍ଛିନ୍ନ ହୋଇ ଯାଇଥିଲା। ଅଗଷ୍ଟ ୨୩ ଅପରାହ୍ନ ୫ଟା ୩୨ରେ ଇସ୍ରୋର କଣ୍ଟ୍ରୋଲ ସେଣ୍ଟର ଏବଂ ବିଶ୍ୱର ସ୍ପେସ ଷ୍ଟେଶନ ମାଧ୍ୟମରେ ଏହାକୁ ତଦାରଖ କରୁଥିବା ବୈଜ୍ଞାନିକମାନେ ଏହା ଉପରେ ନଜର ରଖିବେ। ଚନ୍ଦ୍ରର କକ୍ଷପଥରୁ ଲ୍ୟାଣ୍ଡର୍‌ ବିକ୍ରମକୁ ନିକଟତମ ପୃଷ୍ଠରେ ଅବତରଣ କରିବାକୁ ପଡିବ। ଏହି କାର୍ଯ୍ୟ ପ୍ରାୟ ୩୦ କିଲୋମିଟର ଉଚ୍ଚରୁ ଆରମ୍ଭ ହେବ। ଅବତରଣ ଆରମ୍ଭ ସମୟରେ ବିକ୍ରମର ଗତି ସେକେଣ୍ଡରେ ପ୍ରାୟ ୬ କିଲୋମିଟର ହେବ।
ଶେଷ ୧୫ ମିନିଟ ମଧ୍ୟରେ, ଲ୍ୟାଣ୍ଡରକୁ ଏହାର ବେଗରେ ଏକ ବଡ଼ ପରିବର୍ତ୍ତନ କରିବାକୁ ପଡିବ। ନିରାପଦ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଏହାର ବେଗକୁ ସେକେଣ୍ଡରେ ୨ ମିଟର କିମ୍ବା ଘଣ୍ଟା ପ୍ରତି ୭ କିଲୋମିଟର ପର୍ଯ୍ୟନ୍ତ ଆଣିବାକୁ ପଡିବ। ଏହି ଗତିକୁ ମାତ୍ର ୧୫ ମିନିଟ ମଧ୍ୟରେ ହ୍ରାସ କରିବାକୁ ପଡ଼ିବ। ତା’ପରେ ଏହାକୁ ଆବଶ୍ୟକ ବେଗକୁ ଆଣିବା ବହୁତ ଆହ୍ବାନମୂଳକ ହେବ। ଲ୍ୟାଣ୍ଡରର ଗତି ହ୍ରାସ କରିବାକୁ, ଏଥିରେ ଥିବା ଥ୍ରଷ୍ଟରମାନେ ବ୍ରେକ ଭଳି କାର୍ଯ୍ୟ କରିବେ।
ଏହି ମିଶନରେ ଆମେରିକା, ରୁଷିଆ ଏବଂ ଚାଇନା ପରେ ଚନ୍ଦ୍ରରେ ପହଞ୍ଚିବାରେ ଭାରତ ଚତୁର୍ଥ ଦେଶ ହେବ।

 

Share