ଚନ୍ଦ୍ରପୃଷ୍ଠରେ ବିକ୍ରମର ଫଟୋ ଉଠାଇଲା ଏଲଆରଓ, ନାସା ଜାରି କଲା ଫଟୋ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୬।୯: ଆମେରିକାର ସ୍ପେସ ଏଜେନ୍ସି ନାସା ଚନ୍ଦ୍ରାୟାନ ୩ର ବିକ୍ରମ ଲ୍ୟାଣ୍ଡରର ଫଟୋ କ୍ଲିକ କରିଛି। ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଫଟୋ ଜାରି କରି ନାସା ସୂଚନା ଦେଇଛି। ଏହି ଫଟୋ ସେହି ସମୟର ଯେତେବେଳେ ବିକ୍ରମ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିଥିଲା। କୁହାଯାଉଛି ଯେ ନାସା ଏହି ଫଟୋକୁ ଅଗଷ୍ଟ ୨୭ରେ କ୍ଲିକ କରିଥିଲା, ଯେତେବେଳେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡିଂ କରିଥିଲା।

ଏହି ଫଟୋ ନାସାର ଲୁନାର ରେକନାସିଏନ୍ସ ଅର୍ବିଟର୍‌(ଏଲଆରଓ) କ୍ଲିକ କରିଛି। ନାସା ନିଜ ୱେବସାଇଟରେ ଏହି ଫଟୋକୁ ଶେୟାର କରିଛି। ଫଟୋ ଜାରି କରି ନାସା କହିଛି, ଚନ୍ଦ୍ରର ଦକ୍ଷିଣ ପୋଲଠାରୁ ପ୍ରାୟ ୬୦୦ କିଲୋମିଟର ଦୂରରେ ବିଗ୍ରମ ଲ୍ୟାଣ୍ଡିଂ କରିଛି। ଅବତରଣ କରିବାର ଚାରି ଦିନ ପରେ, ଏଲଆରଓ ଲ୍ୟାଣ୍ଡରର ୪୨ଡିଗ୍ରୀ ଆଙ୍ଗଲରେ ଏକ ଫଟୋ କ୍ଲିକ୍‌ କରିଛି। ଲ୍ୟାଣ୍ଡରର ଚାରିପାଖେ ଥିବା ରେଗୋଲିଥ ଦ୍ୱାରା ଫଟୋଟି ଖୁବ୍‌ ଉଜ୍ଜଳ ଦେଖାଯାଉଛି।

ଗୋଡାର୍ଡ ସ୍ପେସ ଫ୍ଲାଇଟ ସେଣ୍ଟରରେ ମେରିଲ୍ୟାଣ୍ଡ ଓ ଗ୍ରୀନବେଲ୍ଟର ସାଇନ୍ସ ମିଶନ ନିର୍ଦ୍ଦେଶାଳୟ ଦ୍ୱାରା ଏଲଆରଓ ପରିଚାଳିତ ହେଉଛି। ଏହା ୧୮ ଜୁନ ୨୦୦୯ ରେ ଲଞ୍ଚ କରାଯାଇଥିଲା। ନାସା କହିଛି ଯେ, ଏଲଆରଓ ଏହାର ସାତୋଟି ଶକ୍ତିଶାଳୀ ଯନ୍ତ୍ର ସହିତ ଅନେକ ତଥ୍ୟ ସଂଗ୍ରହ କରିଛି। ଚନ୍ଦ୍ର ବିଷୟରେ ଅନେକ ପ୍ରକାରର ସୂଚନା ପାଇଁ ଏହାର ପ୍ରମୁଖ ଅବଦାନ ରହିଛି। ଆରିଜୋନା ଷ୍ଟେଟ ୟୁନିଭରସିଟି ଏଲଆରଓର ପରିଚାଳନା କରିଥାଏ।

Share