Categories: ଜାତୀୟ

ବଡ ସଫଳତା! ଚନ୍ଦ୍ରାୟନ ୨ର ଅର୍ବିଟରେ ସ୍ଥାପନ ହେଲା ଚନ୍ଦ୍ରାୟନ ୩ର ଲ୍ୟାଣ୍ଡର, ଉଭୟଙ୍କ ମଧ୍ୟରେ ହେଲା ସମ୍ପର୍କ

ବେଙ୍ଗାଲୁରୁ,୨୧।୮: ଭାରତର ଚନ୍ଦ୍ରାୟନ-୩ ମିଶନର ଲ୍ୟାଣ୍ଡର ମଡ୍ୟୁଲ (ଏଲଏମ) ଚନ୍ଦ୍ର କକ୍ଷପଥରେ ବୁଲୁଛି ଏବଂ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛି। ଇସ୍ରୋ କହିଛି ଯେ ବୁଧବାର ଅର୍ଥାତ୍‌ ଅଗଷ୍ଟ ୨୩ ରାତି ୬ଟା ୪ରେ ଏହା ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍‌ ମଡ୍ୟୁଲ ଚନ୍ଦ୍ରାୟନ-୨ ର କକ୍ଷପଥ ସହିତ ଯୋଗାଯୋଗ କରାଯାଇଛି।
ସୋମବାର ଟୁଇଟ କରି ଇସ୍ରୋ ଏହି ବିଷୟରେ ସୂଚନା ଦେଇଛି। ଇସ୍ରୋ ଲେଖିଛି, ସ୍ବାଗତ ବନ୍ଧୁଗଣ – ଚନ୍ଦ୍ରାୟନ-୨ କକ୍ଷପଥ ଚନ୍ଦ୍ରାୟନ -୩ ର ଲ୍ୟାଣ୍ଡର୍‌ ମଡ୍ୟୁଲକୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରୁଛି। ଉଭୟଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପିତ ହୋଇଛି। ବର୍ତ୍ତମାନ ଲ୍ୟାଣ୍ଡର ମଡ୍ୟୁଲ ସହିତ ସମ୍ପର୍କ ରଖିବା ପାଇଁ ଆହୁରି ଅନେକ ଉପାୟ ଅଛି। ଲ୍ୟାଣ୍ଡିଂର ସିଧା ପ୍ରସାରଣ ବୁଧବାର ସନ୍ଧ୍ୟା ୫ଟା ୨୦ରେ ଆରମ୍ଭ ହେବ।

Share