Categories: ଜାତୀୟ

ଜୁଲାଇ ୧୩ରେ ଲଞ୍ଚ ହେବ ‘ଚନ୍ଦ୍ରୟାନ -୩’

ନୂଆଦିଲ୍ଲୀ,୩।୭: ଚନ୍ଦ୍ରାୟାନ -୩ ମିଶନ ଜୁଲାଇ ୧୩ରେ ଲଞ୍ଚ ହେବ। ସୋମବାର ଏନେଇ ଇସ୍ରୋ ଚେୟାରମ୍ୟାନ ଏସ୍‌. ସୋମନାଥ ସୂଚନା ଦେଇଛନ୍ତି। ସୋମନାଥ କହିଛନ୍ତି, ଆମେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କରିବାକୁ ସକ୍ଷମ ହେବୁ। ଜୁଲାଇ ୧୩ରେ ଉତକ୍ଷେପଣ ପାଇଁ ଉଦ୍ୟମ କରାଯିବ। ପରିସ୍ଥିତି ଅନୁସାରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଉତକ୍ଷେପଣ ପାଇଁ ଉଦ୍ୟମ କରାଯିବ। ତେବେ ଜିଏସଏଲଭି ମାର୍କ-୩ ଉତକ୍ଷେପଣ ଯାନ ସାହାଯ୍ୟରେ ଚନ୍ଦ୍ରଯାନ-୩କୁ ମହାକାଶକୁ ପଠାଯିବ ।

Share