Categories: ଜାତୀୟ

ସୁରକ୍ଷିତ ଅବତରଣ କରିବ ଚନ୍ଦ୍ରୟାନ-୩ : ରାକେଶ ଶର୍ମା

ନୂଆଦିଲ୍ଲୀ,୨୩ା୮: ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ରାକେଶ ଶର୍ମା ବୁଧବାର ଚନ୍ଦ୍ରୟାନ-୩ର ସଫଳ ଅବତରଣ କରିବାର ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସୀମିତ ସମ୍ବଳ ସତ୍ତ୍ୱେ ଇସ୍ରୋ ଗତ ୪୦ ବର୍ଷ ମଧ୍ୟରେ ଏକ ଚମତ୍କାର ଯାତ୍ରା କରିଛି। ଗତ କିଛି ବର୍ଷ ମଧ୍ୟରେ ଚାଲିଥିବା କାର୍ଯ୍ୟକ୍ରମଗୁଡ଼ିକ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ସେ ଆହୁରି ମଧ୍ୟ କହିଛନ୍ତି, ମହାକାଶ ଅନୁସନ୍ଧାନରେ ଉନ୍ନତିମୂଳକ କାର୍ଯ୍ୟ ରହିଛି, କିନ୍ତୁ ଆମକୁ ଆମର ଦୃଷ୍ଟିଭଙ୍ଗୀ ଉପରେ ଧ୍ୟାନ ଦେବା ଏବଂ ଇସ୍ରୋର କାର୍ଯ୍ୟ ବିଷୟରେ ଜାଣିବା ଆବଶ୍ୟକ। ମୁଁ ଗର୍ବର ସହିତ କହିପାରେ ଯେ, ଚନ୍ଦ୍ରୟାନ-୩ ଏକ ସୁରକ୍ଷିତ ଅବତରଣ କରିବ। ମୁଁ ଚନ୍ଦ୍ରରେ ଏକ ସଫଳ ଅବତରଣକୁ ଅପେକ୍ଷା କରିଛି ବୋଲି ସେ କହିଛନ୍ତି।

Share