Categories: ଜାତୀୟ

ଖୁବ୍‌ଶୀଘ୍ର ପୃଥିବୀ କକ୍ଷ ଛାଡ଼ିବ ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ,୨୪ା୭ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପ୍ରେରଣ କରିଥିବା ଚନ୍ଦ୍ରୟାନ-୩ ଖୁବ୍‌ଶୀଘ୍ର ପୃଥିବୀ କକ୍ଷ ଛାଡ଼ି ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପାଇଁ ଅଗ୍ରସର ହେଉଛି। ଧୀରେ ଧୀରେ ଏହା ଚନ୍ଦ୍ରର ନିମ୍ନ କକ୍ଷପଥକୁ ଯିବା ସହ ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ରବିବାର କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି।

ଗତ ୧୪ ତାରିଖରେ ଶ୍ରୀହରିକୋଟାର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଏଲ୍‌ଭିଏମ୍‌-୩ ରକେଟ ସହାୟତାରେ ଚନ୍ଦ୍ରୟାନ-୩କୁ ଚନ୍ଦ୍ର ଅଭିମୁଖେ ପ୍ରେରଣ କରାଯାଇଥିଲା। ଇତିମଧ୍ୟରେ ୪ ଥର ସଫଳତାର ସହ ଏହାକୁ କକ୍ଷ ଉତ୍ଥାନ କରାଗଲାଣି। ମଙ୍ଗଳବାର ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ପଞ୍ଚମ କକ୍ଷ ଉତ୍‌ଥାନ କରାଯିବ। ଏହାଦ୍ୱାରା ଚନ୍ଦ୍ରଯାନ ଅଧିକରୁ ଅଧିକ ଉଚ୍ଚ କକ୍ଷକୁ ଯାଉଛି। ପରବର୍ତ୍ତୀ ଅର୍ବିଟ ରେଜିଂ ମାନୋଭର ପରେ ଏହା ସିଧାସଳଖ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଚନ୍ଦ୍ର ମାଧ୍ୟାକର୍ଷଣ କ୍ଷେତ୍ର ମଧ୍ୟକୁ ଆସିବା ପରେ ଚନ୍ଦ୍ରୟାନ ଧୀରେ ଧୀରେ ଚନ୍ଦ୍ରପୃଷ୍ଠର ୧୦୦ କିଲୋମିଟର କକ୍ଷରେ ପହଞ୍ଚତ୍ବା ପରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଉଦ୍ୟମ ଆରମ୍ଭ ହେବ।

 

Share