ଚନ୍ଦ୍ରୟାନ-୩ କ୍ୟାପ୍‌ଟେନ୍‌

ଜିତେନ୍ଦ୍ର କୁମାର ନାୟକ

 

ଜହ୍ନମାମୁ। ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ବା ଜହ୍ନକୁ ସମସ୍ତେ ପିଲାଟି ବେଳୁ ଏଭଳି ଚିହ୍ନି ଆସିଛନ୍ତି। ମା’ମାନେ ସନ୍ଧ୍ୟାରେ ଶିଶୁଟିକୁ ତୁନି କରାଇବାକୁ ହେଉ ବା ଖାଦ୍ୟ ଖାଉ ନ ଥିଲେ ଜହ୍ନମାମୁକୁ ଦେଖାଇଥାଆନ୍ତି। ଏବେ ବହୁଦୂରରେ ଥିବା ମାମୁ ନିକଟରେ କ’ଣସବୁ ରହିଛି ତାହାକୁ ଜାଣିବା ଲାଗି ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା ରଖିବା ସ୍ବାଭାବିକ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୧୪ ଜୁଲାଇରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୩କୁ ସଫଳତାର ସହିତ ଉତ୍‌କ୍ଷେପଣ କରିଛି। ଏହି ଯାନ ଭିତରେ ଲ୍ୟାଣ୍ଡର, ରୋଭର ଓ ପ୍ରପଲସନ୍‌ ମଡ୍ୟୁଲ ରହିଛି। ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଆସନ୍ତା ଅଗଷ୍ଟ ୨୩ କିମ୍ବା ୨୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ଓ ରୋଭର ପହଞ୍ଚତ୍ବ ବୋଲି ଆଶା କରାଯାଉଛି। ସବୁକିଛି ଠିକ୍‌ଠାକ୍‌ ରହି ଏହି ବୈଜ୍ଞାନିକ ଯନ୍ତ୍ରଗୁଡ଼ିକ ଜହ୍ନପୃଷ୍ଠରେ ଧୀରେ ଓହ୍ଲାଇ ଲକ୍ଷ୍ୟ ସାଧନ ଦିଗରେ ସଫଳ ହେଲେ ମହାକାଶ ବିଜୟର ସୁପର କ୍ଲବ (ଆମେରିକା, ରୁଷିଆ ଓ ଚାଇନା)ରେ ଭାରତ ସାମିଲ ହୋଇପାରିବ। ତେବେ ଏହି ସମଗ୍ର ମିଶନକୁ ପରିଚାଳିତ କରିଥିବା ଋତୁ କରିଧଲ ଶ୍ରୀବାସ୍ତବଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଇସ୍ରୋର ସିନିୟର ସାଇଣ୍ଟିଷ୍ଟ ତଥା ଭାରତର ମଙ୍ଗଳ ମିଶନ ‘ମଙ୍ଗଳାୟାନ’ର ଡେପୁଟୀ ଅପରେଶନ ଡାଇରେକ୍ଟର ଭାବେ ଦାୟିତ୍ୱ ତୁଲାଇଥିବା ଋତୁ ଚନ୍ଦ୍ରୟାନର ମୁଖ୍ୟ ଭାବେ ସଫଳତାର ସହ କାର୍ଯ୍ୟ କରିଥିବାରୁ ସେ ଭାରତର ଅନ୍ୟତମ ‘ରକେଟ ଓମେନ୍‌’ ଆଖ୍ୟା ପାଇଛନ୍ତି।
୧୩ ଏପ୍ରିଲ ୧୯୭୫ରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଋତୁଙ୍କ ଜନ୍ମ। ଏକ ମଧ୍ୟବିତ୍ତ ପରିବାରରେ ସେ ବଢ଼ିଥିଲେ। ତାଙ୍କର ଦୁଇ ଭାଇ ଓ ଦୁଇ ଭଉଣୀ ଥିବାରୁ ପଢ଼ିବା ପାଇଁ ସବୁପ୍ରକାର ସୁବିଧା ପାଇପାରି ନ ଥିଲେ। ସମ୍ବଳର ଅଭାବ କୋଚିଂ ପାଇବାରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା। ତେଣୁ ସେ ମନସ୍ଥ କରିଥିଲେ ଯେମିତି ହେଉ ପଛେ ନିଜେ ପଢ଼ି ଉତ୍କର୍ଷ ଲଭିବେ। ଋତୁ ପିଲାବେଳୁ ମହାକାଶମନସ୍କ ଥିଲେ। ସେଥିପାଇଁ ରାତିରେ ସେ ଘଣ୍ଟା ଘଣ୍ଟା ତାରାଭର୍ତ୍ତି ଆକାଶକୁ ଅନାଇ ରହୁଥିଲେ। ଚନ୍ଦ୍ରରେ କଳା ଥିବା ଅଂଶ ପଛର ରହସ୍ୟ କ’ଣ ଜାଣିବାକୁ ଚାହୁଁଥିଲେ। ସେଥିପାଇଁ ସେହି ଦିଗରେ ପ୍ରଚୁର ଅଧ୍ୟୟନ କରୁଥିଲେ। ଯୁବାବସ୍ଥା ସମୟରେ ସେ ବିଭିନ୍ନ ଖବରକାଗଜରେ ମହାକାଶ ସମ୍ବନ୍ଧୀୟ ଲେଖା ଓ ଚିତ୍ର ଦେଖିବା ମାତ୍ରେ ସେଗୁଡ଼ିକୁ ସଂଗ୍ରହ କରି ରଖୁଥିଲେ। ଭାରତର ଇସ୍ରୋ ଏବଂ ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର କାର୍ଯ୍ୟ ଓ ଯାତ୍ରା ଉପରେ ସେ ଦୃଷ୍ଟି ନିବଦ୍ଧ କରିଥିଲେ। ‘ଇଚ୍ଛା ଥିଲେ ଉପାୟ ଆପେ ମିଳିବା’ ଭଳି ଋତୁ ବିଜ୍ଞାନ ପାଠ ପ୍ରତି ଆକର୍ଷିିତ ହୋଇଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଓ ସ୍ନାତକୋତ୍ତର କରିବା ପରେ ସେ ସେଠାକାର ପଦାର୍ଥ ବିଜ୍ଞାନ ବିଭାଗରେ ଡକ୍ଟରେଟ୍‌ ପାଠ୍ୟକ୍ରମରେ ନାମ ପଞ୍ଜୀକରଣ କରିଥିଲେ। ସମୟ ଏମିତି ଆସିଥିଲା ସେ ଲକ୍ଷ୍ମୌ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ ପାଠ ପଢ଼ାଇବାର ସୁଯୋଗ ପାଇଥିଲେ। ପରବର୍ତ୍ତୀ ସମୟରେ ସେ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସରେ ଏରୋସ୍ପେସ୍‌ ଇଞ୍ଜିନିୟରିଂ ପଢ଼ିବାକୁ ଯାଇଥିଲେ। ବିନା କୋଚିଂରେ ଏତେ ଯାଏ ଉଚ୍ଚଶିକ୍ଷା କରିବା ନିଶ୍ଚିତ ଭାବେ ତାଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଥିଲା।
ଋତୁଙ୍କ କର୍ମମୟ ଜୀବନ ଦେଖିଲେ ସେ ୧୯୯୭ରେ ଇସ୍ରୋରେ ଯୋଗ ଦେଇଥିଲେ। ତାଙ୍କ ପାଇଁ ମଙ୍ଗଳାୟାନରେ କାର୍ଯ୍ୟ କରିବା ଥିଲା ବଡ଼ ଦାୟିତ୍ୱ। ସେହି ମିଶନ୍‌ର ଡେପୁଟି ଅପରେଶନ ଡାଇରେକ୍ଟର ଭାବେ ସେ କାର୍ଯ୍ୟ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳାୟାନ ଇସ୍ରୋକୁ ଅନ୍ୟତମ ବୃହତ୍‌ ସଫଳତା ଆଣିଦେଇଥିଲା। ମଙ୍ଗଳରେ ପହଞ୍ଚତ୍ବାରେ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବେ ଗୌରବ ଅର୍ଜନ କରିଥିଲା। ତେବେ ୨୦୧୯ରେ ଭାରତର ଚନ୍ଦ୍ରୟାନ-୨ର ମଧ୍ୟ ଋତୁ ମିଶନ ଡାଇରେକ୍ଟର ଥିଲେ। କିନ୍ତୁ ଏହି ମିଶନ୍‌ ସଫଳତା ପାଇପାରି ନ ଥିଲା। ଚନ୍ଦ୍ରୟାନ-୩ର ମୁଖ୍ୟ ହେବା ତାଙ୍କୁ ଅଧିକ ଦାୟିତ୍ୱ ସମ୍ପନ୍ନ କରିଦେଇଥିଲା। ତାଙ୍କ ନେତୃତ୍ୱରେ ଟିମ୍‌ ପ୍ରାରମ୍ଭିକ ସଫଳତା ଅର୍ଜନ କରିବା ନିଶ୍ଚିତ ଭାବେ ଗୌରବର ବିଷୟ।
ଏକ ମଧ୍ୟବିତ୍ତ ପରିବାରରୁ ଆସି କଠିନ ଅଧ୍ୟବସାୟ ବଳରେ ଋତୁ ମହକାଶ ଯାତ୍ରାରେ ଗୋଟେ ପରେ ଗୋଟେ ସୋପାନରେ ଊତ୍ତୀର୍ଣ୍ଣ ହୋଇଚାଲିଛନ୍ତି। ୨୦୦୭ରେ ତତ୍‌କାଳୀନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମଙ୍କ ନିକଟରୁ ସେ ‘ଇସ୍ରୋ ୟଙ୍ଗ୍‌ ସାଇଣ୍ଟିଷ୍ଟ ଆଓ୍ବାର୍ଡ’ ପାଇଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ଭାବେ ସେ ସେଠାରୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପାଇବା ପରେ ଆନନ୍ଦିତ ହୋଇଥିଲେ। ଚନ୍ଦ୍ରୟାନ-୩ ମିଶନ୍‌ର କ୍ୟାପ୍‌ଟେନ ଭାବେ କାର୍ଯ୍ୟ କରିଥିବା ଋତୁ ଭାରତର ‘ରକେଟ ଓମେନ୍‌’ ଭାବେ ପରିଚିତି ହାସଲ କରି ସେ ବର୍ତ୍ତମାନ ଯୁବ ବୈଜ୍ଞାନିକଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri