Categories: ଜାତୀୟ

ଶ୍ରୀହରିକୋଟାରେ ଚନ୍ଦ୍ରୟାନ-୩

ନୂଆଦିଲ୍ଲୀ, ୩୦।୫ (ପି.ଟି.): ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରକୁ ଚନ୍ଦ୍ରୟାନ-୩ ପଠାଇବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରିସାରିଛି। ସୋମବାର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରଠାରେ ଉପଗ୍ରହ ଆସି ପହଞ୍ଚତ୍ଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଚନ୍ଦ୍ର ମିଶନ ଅତିଶୀଘ୍ର ଭାରତର ସର୍ବଶକ୍ତିଶାଳୀ ରକେଟ ଜିଓସିଙ୍କ୍ରୋନସ୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେହିକିଲ୍‌ ମାର୍କ-୩ (ଜିଏସ୍‌ଏଲ୍‌ଭି ଏମ୍‌କେ-୩) ସହ ଏକୀଭୂତ ହେବ। ଆସନ୍ତା ଜୁଲାଇରେ ଚନ୍ଦ୍ରୟାନ-୩ ଉତ୍‌କ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଛି। ଅର୍ବିଟାଲ ପାରାମିଟରକୁ ଦେଖି ସମୟ ନିର୍ଘଣ୍ଟ କରାଯିବ।
ଜିଏସ୍‌ଏଲ୍‌ଭିଏଫ୍‌୧୨କୁ ସଫଳତାର ସହ ଉତ୍‌କ୍ଷେପଣ କରାଯିବା ପରେ ଇସ୍ରୋ ଅଧ୍ୟକ୍ଷ ଏସ୍‌. ସୋମନାଥ କହିଛନ୍ତି, ଚନ୍ଦ୍ରୟାନ ଚନ୍ଦ୍ରରେ ପହଞ୍ଚତ୍ବା ସୁନିଶ୍ଚିତ କରିବା ସକାଶେ ଯେଉଁସବୁ ସଂଶୋଧନ ଦରକାର ତାହା କରାଯାଇଛି। ଯଦି ଶେଷ ମୁହୂର୍ତ୍ତରେ କୌଣସି ସନ୍ଦେହ ଉପୁଜିବ ସେତେବେଳେ ଉତ୍‌କ୍ଷେପଣକୁ ସ୍ଥଗିତ ରଖାଯିବ।

Share