Advertisement
Categories: ଜାତୀୟ

ଖୁବ୍‌ଶୀଘ୍ର ଐଶ୍ୱର୍ଯ୍ୟାଙ୍କୁ ଘରକୁ ଆଣି ପାରନ୍ତି ତେଜ ପ୍ରତାପ

ପାଟନା,୨।୫: ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ଜେତ ପ୍ରତାପ ଯାଦବ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ଘରକୁ ଫେରାଇ ଆଣିବେ ବୋଲି ସୂଚନା ମିଳିଛି। ଏକଥା ଆଉ କେହି ନୁହେଁ ବରଂ ଐଶ୍ୱର୍ଯ୍ୟାଙ୍କ ପିତା ତଥା ତେଜ ପ୍ରତାପଙ୍କ ଶ୍ୱଶୁର ଚନ୍ଦ୍ରିକା ରାୟ ଏହା କହିଛନ୍ତି। କାରଣ ନିକଟରେ ତେଜ ପ୍ରତାପ କହିଥିଲେ ଯଦି ଆର୍‌ଜେଡି ଚନ୍ଦ୍ରିକାଙ୍କୁ ଟିକେଟ ଦିଏ ତେବେ ସେ ତାଙ୍କ ବିରୋଧରେ ପ୍ରଚାର କରିବେ। ହେଲେ ଏବେ ନିର୍ବାଚନ ପାଖେଇ ଆସିଥିଲେ ସୁଦ୍ଧା ତେଜ ପ୍ରତାପ ତାଙ୍କ ଶ୍ୱଶୁରଙ୍କ ବିରୋଧରେ କୌଣସି ପ୍ରଚାର କରି ନାହାଁନ୍ତି। ଏହାକୁ ଦେଖି ଚନ୍ଦ୍ରିକା ଅନୁମାନ କରୁଛନ୍ତି କି ଏବେ ତେଜ ପ୍ରତାପଙ୍କ ମନ ପରିବର୍ତ୍ତନ ହୋଇଛି। ତେଣୁ ସେ ଖୁବ୍‌ଶୀଘ୍ର ତାଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କୁ ଫେରାଇ ନେବେ ବୋଲି ମୋତେ ଲାଗୁଛି। ସୂଚନାଯୋଗ୍ୟ, କିଛିଦିନ ହେବ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ପତ୍ନୀ ଐଶ୍ୱର୍ଯ୍ୟାଙ୍କଠାରୁ ଅଲଗା ହେବାକୁ ନେଇ ଥିଲେ ଚର୍ଚ୍ଚାରେ। ଏମିତିକି ସେ ଐଶ୍ୱର୍ଯ୍ୟାଙ୍କଠାରୁ ଅଲଗା ନ ହେଲେ ଘରକୁ ଫେରିବେନି କହି ବୃନ୍ଦାବନ ଚାଲି ଯାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share