Advertisement
Categories: ବାଣିଜ୍ୟ

ଚନ୍ଦୁ ଚାମ୍ପିୟନ ସହ ଡା. ଅର୍ଥୋର ସହଭାଗିତା

ଭୁବନେଶ୍ୱର,୨୦।୬ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଗ୍ରଣୀ ବ୍ରାଣ୍ଡ୍‌ ଡା. ଅର୍ଥୋ ନିକଟରେ ବଲିଉଡ୍‌ ଚଳଚ୍ଚିତ୍ର ଚନ୍ଦୁ ଚାମ୍ପିୟନ ସହ ସହଭାଗିତା ସ୍ଥାପନ କରିଛି। ଏପରିକି ବ୍ରାଣ୍ଡ୍‌ ଓ ଚଳଚ୍ଚିତ୍ରର ପ୍ରଚାର ମଧ୍ୟ ବେଶ୍‌ ଆକର୍ଷଣୀୟ ହୋଇଛି।

ଉଲ୍ଲେଖଯୋଗ୍ୟ, କବୀର ଖାନ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ଚନ୍ଦୁ ଚାମ୍ପିୟନ ଏକ ଭିନ୍ନ ବିଷୟବସ୍ତୁକୁ ନେଇ ନିର୍ମାଣ ହୋଇଥିବା ବେଳେ ଏହି ଚଳଚ୍ଚିତ୍ରରେ ମୁରଲୀକାନ୍ତ ପେଟକରଙ୍କ ସଂଘର୍ଷ ଓ ଇଚ୍ଛାଶକ୍ତିର ବିସ୍ତୃତ ଯାତ୍ରାକୁ ସୁନ୍ଦର ଭାବେ ପରିବେଷଣ କରାଯାଇଛି। ଏ ସମ୍ପର୍କରେ ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ଡା. ସଞ୍ଜୀବ ଜୁନେଜା କହିଥିଲେ, ପାଶନ ଆଣ୍ଡ ଓ୍ବାର୍କ କେବେ ବି ସଫଳତା ଦେଇ ନ ଥାଏ,ଯେତେବେଳ ପର୍ଯ୍ୟନ୍ତ ସେ କାର୍ଯ୍ୟରେ ଏକ ସ୍ପିରିଟି ଆସି ନ ଥାଏ। ଇଚ୍ଛାଶକ୍ତି ଓ ଉଦ୍ୟମ ବଳରେ ସଫଳତା ସହ ଚାମ୍ପିୟନ ମଧ୍ୟ ହୋଇପାରିବା ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

ଅପରପକ୍ଷରେ ପରିଶ୍ରମ ଓ କଷ୍ଟ କାର୍ଯ୍ୟ ପାଇଁ ଡା. ଅର୍ଥୋ ଭଳି ଲୋକପ୍ରିୟ ଆୟୁର୍ବେଦ ଅଏଲର ବ୍ୟବହାର ଉପଶମ ଦେଇଥାଏ। ସେହିଭଳି କାର୍ତ୍ତିକ ଆର୍ଯ୍ୟନ କହିଥିଲେ, ଡା. ଅର୍ଥୋ ଭଳି ଗୁଣାତ୍ମକ ଆୟୁର୍ବେଦ ଅଏଲର ବ୍ୟବହାର ଫଳରେ ଶରୀର ଭିନ୍ନ ଭିନ୍ନ ସ୍ଥାନର ଯନ୍ତ୍ରଣା ଦୂର ହୋଇପାରିଛି। ଏହାଦ୍ୱାରା ଉଚ୍ଚ ଆକାଂକ୍ଷା ଓ ଉଦ୍ୟମ ବଳରେ ଆମେ ଚାମ୍ପିୟନରେ ବେଶ୍‌ ଉତ୍ସାହଜନକ ପ୍ରଦର୍ଶନ କରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share