ଚନ୍ଦ୍ର ମୁହାଁ ଚାଙ୍ଗ୍‌ ଇ-୫

ବେଜିଂ,୨୪।୧୧: ଚାଇନାର ମହାକାଶ ଯାନ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ହେନାନ୍‌ ପ୍ରଦେଶର ଓ୍ବେନ୍‌ଚାଙ୍ଗ୍‌ ମହାକାଶ କେନ୍ଦ୍ରରୁ ଚାଙ୍ଗ୍‌ ଇ-୫ ଯାନ ମାର୍ଚ୍ଚ-୫ ରକେଟ ଦ୍ୱାରା ମଙ୍ଗଳବାର ଭୋର୍‌ ୪ଟା ୩୦ରେ ଉତ୍‌କ୍ଷେପଣ କରାଯାଇଛି। ଏହା ଚନ୍ଦ୍ରରୁ ମାଟି ସମେତ ଅନ୍ୟ ନମୁନା ସଂଗ୍ରହ କରି ଭୂପୃଷ୍ଠକୁ ଫେରିବ। ଏହି ମହାକାଶ ଯାନରେ ଓରବିଟର, ଲ୍ୟାଣ୍ଡର, ଆସେଣ୍ଡର ଏବଂ ରିଟର୍ନର ରହିଛି। ଏହାର ଓଜନ ୮.୨ ଟନ୍‌ ରହିଛି। ଚନ୍ଦ୍ରପୃଷ୍ଠରେ ଥିବା ବିଭିନ୍ନ ଗଠନାତ୍ମକ ଏବଂ ସରଞ୍ଚନାତ୍ମକ ରହସ୍ୟ ସଂଗୃହୀତ ନମୁନାରୁ ଜଣାପଡ଼ିବ ବୋଲି କୁହାଯାଉଛି।

Share