ସରକାରୀ କର୍ମଚାରୀଙ୍କ ବଦଳି ସମସ୍ୟା

ସୁଧୀର କୁମାର ନାୟକ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ପ୍ରତ୍ୟେକ ଶ୍ରେଣୀ ବା ବର୍ଗର କର୍ମଚାରୀମାନଙ୍କ ପାଇଁ ବଦଳି ଏକ ଶୃଙ୍ଖଳିତ ବ୍ୟବସ୍ଥା। କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କ ବଦଳି ନିୟମାବଳୀ ଓ ରାଜ୍ୟ ସରକାରଙ୍କ ନିୟମାବଳୀ ଏକା ହୋଇ ନ ଥାଏ। ଏହା କେତେକ ବିଭାଗରେ ସ୍ବତନ୍ତ୍ର ଅଲଗା କାର୍ଯ୍ୟକାରୀ ହୋଇଥାଏ। ଦୀର୍ଘଦିନ ଧରି କାର୍ଯ୍ୟକାରୀ ହୋଇଆସୁଥିବା ଓଡ଼ିଶା ସରକାରୀ କର୍ମଚାରୀଙ୍କ ସେବା ନିୟମାବଳୀକୁ ସରକାର ବିଭିନ୍ନ ବିଭାଗର ନିଯୁକ୍ତି ଏବଂ ପରିଚାଳନା ନିମନ୍ତେ ସାଧାରଣ ପ୍ରଶାସନ ଓଡ଼ିଶା ଗେଜେଟ୍‌ ନଂ.-୪୭୫୭/୧୯୫୯ରେ ପ୍ରଣୟନ କରିଥିଲେ। ସେହିପରି ଠିକା ନିଯୁକ୍ତି କର୍ମଚାରୀଙ୍କ ପାଇଁ ବିଭାଗଗୁଡ଼ିକ ସମୟକୁ ସମୟ ସ୍ବତନ୍ତ୍ର ନୀତିନିୟମ ପ୍ରଚଳିତ କରିଥାନ୍ତି। ତାଙ୍କର ନିଯୁକ୍ତି ଏବଂ କାର୍ଯ୍ୟକାଳ ବଦଳି ସାଧାରଣ ନିୟମିତ କର୍ମଚାରୀଙ୍କଠାରୁ ଅଲଗା ଥାଏ। କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ମଧ୍ୟରେ ବଦଳି ଏକ ଯନ୍ତ୍ରଣାଦାୟକ ଆଦେଶ ନୁହେଁ। କିନ୍ତୁ କେଉଁ ପରିସ୍ଥିତିରେ ଜଣେ କର୍ମଚାରୀ ବଦଳି ଆଦେଶ ପାଇ ଖୁସି ହୋଇଥାଏ ତ କେଉଁ ପରିସ୍ଥିତିରେ କଷ୍ଟ ଅନୁଭବ କରେ, ତାହା ବିଭିନ୍ନ କାରଣ ଦାୟୀ। ଓଡ଼ିଶା ସରକାରଙ୍କ ଓଏସ୍‌ସି-ରୁଲ୍‌-୧୯, ୬୮, ୯୬ରେ କର୍ମଚାରୀମାନଙ୍କ ବଦଳି ଆଦେଶରେ ଉଲ୍ଲେଖ ଅଛି। ସାଧାରଣ ଜଣେ କର୍ମଚାରୀଙ୍କର ପଦୋନ୍ନତି ହେଲେ ବଦଳି ହୋଇ ଅନ୍ୟ ସ୍ଥାନକୁ ଯାଇଥାନ୍ତି। କୌଣସି ସରକାରୀ କର୍ମଚାରୀ ଯଦି କାର୍ଯ୍ୟରେ ଅବହେଳା କରନ୍ତି, ଉପରିସ୍ଥ ଅଧିକାରୀଙ୍କୁ ଖରାପ ବ୍ୟବହାର ଦେଖାନ୍ତି, ଜନସାଧାରଣଙ୍କ ଅଭିଯୋଗ ଥାଏ, ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଆଦେଶକୁ ପାଳନ କରି ନ ଥାନ୍ତି କିମ୍ବା କୌଣସି ଅନୈତିକ କାମରେ ଲିପ୍ତ ଥା’ନ୍ତି ତାଙ୍କୁ କାରଣଦର୍ଶାଅ ନୋଟିସ ସହ କାର୍ଯ୍ୟରୁ ନିଲମ୍ବନ କରାଯାଇ ଅନ୍ୟତ୍ର ବଦଳି କରାଯାଏ। ସେହି ସମୟରେ ତାଙ୍କର ମୋଟ୍‌ ଦରମାର ଅଧା ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ ସହ ମିଳିଥାଏ। ଓଡ଼ିଶା ସି.ସି.ଏ. ରୁଲ୍‌-୪୯ ଏବଂ ଏଫ୍‌.ଡି.-୨୨୦୮(୧୯୫୫) ସାଧାରଣ ତାଙ୍କ ବିରୁଦ୍ଧରେ କାର୍ଯ୍ୟକାରୀ ହୁଏ। ପରବର୍ତ୍ତୀ ସମୟରେ ନିଜର ଦୋଷ ସ୍ବୀକାର ସହ କ୍ଷମାପ୍ରାର୍ଥନା କରି ଲିଖିତ ଦେଲେ କର୍ତ୍ତୃପକ୍ଷ ସନ୍ତୋଷ ଅନୁଭବ କଲେ ନିଲମ୍ବନ ଆଦେଶକୁ ଉଠାଇ ପୁନଃ କାର୍ଯ୍ୟରେ ନିଯୁକ୍ତି ପାଇଁ ଆଦେଶ ଦିଅନ୍ତି। କିନ୍ତୁ ଯଦି ସଂପୃକ୍ତ କର୍ମଚାରୀଙ୍କୁ କର୍ତ୍ତୃପକ୍ଷ ଇଚ୍ଛାକୃତ ଭାବରେ ହେଳା କରନ୍ତି ବା ନିଲମ୍ବନ ଆଦେଶକୁ ଗଡ଼ାଇ ଚାଲନ୍ତି ଏ ପରିସ୍ଥିତିରେ କ୍ଷତିଗ୍ରସ୍ତ କର୍ମଚାରୀ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇପାରନ୍ତି। ଏପରି ସମସ୍ୟା ପୂର୍ବରୁ ସ୍ୟାଟ୍‌ ବୁଝୁଥିଲେ। ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟରେ ଏହି ମାମଲା ରୁଜୁ ହୋଇ ବୁଝାଯାଉଛି। ଏହି ପରିସ୍ଥିତିରେ ନିଲମ୍ବିତ କର୍ମଚାରୀଙ୍କ ପିଲାମାନଙ୍କ ପାଠପଢ଼ା, ପରିବାର ସଦସ୍ୟଙ୍କ ଚିକିତ୍ସା, ଔଷଧ ଖର୍ଚ୍ଚ, ଗୃହ ଚଳାଇବା ଖର୍ଚ୍ଚ ଆଦି ଉପରେ ସମସ୍ୟା ଆସିଥାଏ, ପରିବାରରେ ଅଶାନ୍ତି ଲାଗିରହେ। ଏଣୁ ନିଲମ୍ବିତ ପରବର୍ତ୍ତୀ ପୁନଃ ନିଯୁକ୍ତି ବ୍ୟବସ୍ଥାର ସମୟ ଅବଧି ଅନ୍ତତଃ କେତେଦିନ ହେବା ଉଚିତ ଏବଂ ତାହାକୁ କର୍ତ୍ତୃପକ୍ଷମାନେ ଆଇନଗତ ମାନିବା ଉଚିତ, ପୁରୁଣା ନିୟମାବଳୀ ସଂଶୋଧିତ ହୋଇ ନୂତନ ନିୟମାବଳୀ ଯୋଗ କରିବାର ଆବଶ୍ୟକତା ଅଛି।
ଭାରତ ସରକାରଙ୍କ ସାମ୍ବିଧାନିକ ଧାରା-୩୦୯ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀ ନିଯୁକ୍ତି ଏବଂ ସେମାନଙ୍କ ଆଇନଗତ ପରିଚାଳନା ଉପରେ ଉଲ୍ଲେଖ ଅଛି। ସେହିପରି ଧାରା-୩୧୦, ୩୧୧ରେ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କ ବିଭିନ୍ନ ରାଜ୍ୟ ସରକାରଙ୍କ ଅଧୀନରେ କାମ କରିବା, ସେମାନଙ୍କ ଉପରେ ରାଜ୍ୟ ସରକାରଙ୍କ କେଉଁ କେଉଁ ବିଷୟରେ ନିୟନ୍ତ୍ରଣ ରହିବ ଏବଂ କେତେକ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ କୌଣସି ପଦବୀର କ୍ଷତି କଲାପରି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ତାହା ନିର୍ଦ୍ଦେଶ ଅଛି। କିନ୍ତୁ କେତେକ କ୍ଷେତ୍ରରେ କିଛି ଉଚ୍ଚ ପ୍ରଶାସନିକ ଅଧିକାରୀମାନଙ୍କ ଖାମଖିଆଲି ନୀତିବିରୁଦ୍ଧ କାର୍ଯ୍ୟ ଥାଇବି ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ଏପରିକି ସାଧାରଣ ବଦଳି ବି କରିବା ସମ୍ଭବ ହୁଏନାହିଁ। ଏପରି ସ୍ଥିତିରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରଙ୍କ ନିଯୁକ୍ତିପ୍ରାପ୍ତ ସବୁବର୍ଗର କର୍ମଚାରୀଙ୍କ ପାଇଁ ଏକ ସ୍ବତନ୍ତ୍ର ପରିବର୍ତ୍ତିତ ସମୟ ଉପଯୋଗୀ ନିୟମାବଳୀର ଆବଶ୍ୟକତା ଅଛି।
ବଦଳି ଏକ ମୌଳିକ ପ୍ରଶାସନିକ ବ୍ୟବସ୍ଥା। ଏହା କର୍ମଚାରୀଙ୍କର ମୌଳିକ ଅଧିକାର ନୁହଁ। ୨୦୨୨ ମାର୍ଚ୍ଚ ୧୩ରେ ସୁପ୍ରିମ୍‌କୋର୍ଟ ଏକ କେସ୍‌ ବିଚାରକରି ଏପରି ଶୁଣାଣି କରିଥିଲେ। ତେବେ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବଦଳି ନିୟମାବଳୀର ଅପବ୍ୟବହାର ହେଉଥିବାର ବହୁ ଅଭିଯୋଗ ଆସିଥାଏ। କର୍ମଚାରୀଙ୍କ ଲେଭଲ ଆଧାରରେ ବ୍ଲକ, ସଦର ମହକୁମା, ଜିଲା ଏବଂ ରାଜ୍ୟ ବିଭାଗୀୟ ମୁଖ୍ୟାଳୟ, ନିର୍ଦ୍ଦେଶାଳୟ, ସଚିବାଳୟମାନଙ୍କରେ ବଦଳି କମିଟି ଗଠନ କରାଯାଇଥାଏ। କର୍ମଚାରୀମାନଙ୍କ ସମସ୍ୟା କେଉଁ ସ୍ଥାନରେ କେତେଦିନ ରହିଛନ୍ତି, କେଉଁ ସ୍ଥାନକୁ ଯିବାପାଇଁ ଚାହୁଁଛନ୍ତି ସେମାନେ ଲିଖିତ ନିବେଦନ ସପ୍ତାହର ପ୍ରତ୍ୟେକ ସୋମବାର କର୍ତ୍ତୃପକ୍ଷଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଯାଇ ଉପସ୍ଥାପନ କରିପାରିବେ। କିନ୍ତୁ ଦୁର୍ଭାଗ୍ୟର କଥା ଅଭିଯୋଗ ଶୁଣାଣି ଓ ଏହାର ସମାଧାନ ପ୍ରକ୍ରିୟାର ମନ୍ଥରତା ଏବଂ ହାର ଅତି ନଗଣ୍ୟ। ଏପରି ଲିଖିତ ନିବେଦନ ବାରମ୍ବାର କରି ମଧ୍ୟ ଆବେଦନକାରୀ କର୍ମଚାରୀ କୌଣସି ସୁଫଳ ପାଇପାରୁନାହାନ୍ତି। ଅଭିଯୋଗ ଆସେ ଜଣେ ଦକ୍ଷ, ଦାୟିତ୍ୱବାନ୍‌ କର୍ମଚାରୀ ତାଙ୍କର କୌଣସି କାର୍ଯ୍ୟରେ ଅବହେଳା ନ ଥାଇ ମଧ୍ୟ କେତେକ ପ୍ରଭାବଶାଳୀ ବ୍ୟକ୍ତି, ନେତାଙ୍କ ଆକ୍ରୋଶର ଶିକାର ହୋଇ ବାରମ୍ବାର ବଦଳି ନିର୍ଯାତନା ପାଉଛନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବଦଳି ତାଲିକା ବଦଳି ନିୟମାବଳୀକୁ ଗୁରୁତ୍ୱ ଦିଆ ନ ଯାଇ ପ୍ରସ୍ତୁତ କରାଯାଉଛି। କିଛି କର୍ମଚାରୀ ଏପରି ବଦଳି ଆଦେଶ ପାଇବା ପାଇଁ ଅସାଧୁ ଅଧିକାରୀମାନଙ୍କୁ ବିଭିନ୍ନ ବାଟରେ ସନ୍ତୁଷ୍ଟ କରିବାକୁ ପଡ଼େ ବୋଲି କହିଥାନ୍ତି। କେତେକ କ୍ଷେତ୍ରରେ ବଦଳି ଆଦେଶକୁ ଅସ୍ତ୍ରକରି କିଛି କର୍ମଚାରୀଙ୍କୁ ତ୍ରୁଟି ନ ଥାଇ ମଧ୍ୟ ଶହ ଶହ କିଲୋମିଟର ଦୂରତ୍ୱକୁ ସ୍ଥାନାନ୍ତର କରାଯାଏ। କିଛି କର୍ମଚାରୀଙ୍କୁ ଆକ୍ରୋଶମୂଳକ ଭାବେ ବାରମ୍ବାର ବଦଳି କରି ମାନସିକ ନିର୍ଯାତନା ମଧ୍ୟ ଦିଆଯାଇଥାଏ।
ଯେଉଁ କର୍ମଚାରୀମାନେ ଦୀର୍ଘଦିନ ଧରି ନିଜ ବ୍ଲକ କିମ୍ବା ଜିଲା ବାହାରେ ରହି କାମ କରୁଛନ୍ତି ସେମାନେ ଇଚ୍ଛା କରୁଥିବା ସ୍ଥାନକୁ ବଦଳି କରାଗଲେ କୌଣସି ଅସୁବିଧା ନାହିଁ। ସରକାରୀ ଚାକିରି କରୁଥିବା କର୍ମଚାରୀମାନଙ୍କ ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ପିଲାମାନଙ୍କ ପାଠ ପଢ଼ାପଢ଼ି ସମସ୍ୟା ମଧ୍ୟ ଅଛି। ସମସ୍ତେ ସପରିବାର ନେଇ କର୍ମସ୍ଥାନରେ ରହୁନାହାନ୍ତି। ଗାଁରେ ରହୁଥିବା ବୃଦ୍ଧ ମାତାପିତାଙ୍କ ପ୍ରତି ମଧ୍ୟ ତାଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ଅଛି। ସବୁ ଚାକିରିଆଙ୍କ ସମ୍ବଳ ନ ଥାଏ ବାହାରେ ଜାଗା କ୍ରୟକରି ଘର କରି ରହିବା। କିଛି ନିମ୍ନ ବେତନଭୋଗୀ କର୍ମଚାରୀ ଘରଭଡ଼ା ନେଇ ନିଜ ସଦର ମହକୁମାରେ ରହନ୍ତି ଏବଂ ସମୟକୁ ସମୟ ଗାଁକୁ ଆସି ନିଜ ପରିବାରର ସମସ୍ତ କଥା ବୁଝନ୍ତି। ଚାକିରି ଶେଷଆଡ଼କୁ ଯଦି କୌଣସି କର୍ମଚାରୀ ନିଜ ଗାଁ ବା ଜିଲା ପାଖକୁ ବଦଳି ହୋଇ ଆସିବା ପାଇଁ ଚାହାନ୍ତି, ତେବେ ସରକାର ଏବଂ ବିଭାଗର କର୍ତ୍ତୃପକ୍ଷ ତାଙ୍କ ପ୍ରତି ସକାରାତ୍ମକ ବିଚାର କରନ୍ତୁ। ବଦଳି ଜଣେ ଶୃଙ୍ଖଳିତ ଚାକିରିଆଙ୍କ ପାଇଁ ଯେତିକି ମହତ୍ତ୍ୱପୂର୍ଣ୍ଣ ସେତିକି ନିର୍ଯାତନାମୁକ୍ତ ହେଉ।
ଶ୍ୟାମପୁର, ଧାମନଗର, ଭଦ୍ରକ
ମୋ-୯୯୩୮୦୮୦୨୯୪


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri